ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ !

ଢ଼େଙ୍କାନାଳ : ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ୫୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନଶିକ୍ଷିକା ନାରାୟଣ ରଣା ଅତିଥି ଭାବେ ଯୋଗଦେଇ ଦୁଇ ଦିନିଆ କ୍ରୀଡା ଉତ୍ସବ କୁ ଉଦଯାପନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ଙ୍କ ସମେତ ଉପ ସଭାପତି ଶର୍ମିଷ୍ଠା ମହାନ୍ତି,ଶିକ୍ଷକ ଗଦାଧର ମିଶ୍ର,ଗଣେଶ୍ୱର ପୃଷ୍ଟି,କମ୍ପ୍ୟୁଟର କୋର୍ଡିନେଟର ଜ୍ୟୋତି ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ । ଶାରୀରିକ କ୍ରୀଡା ଶିକ୍ଷକ ନରହରି ନାୟକ ଙ୍କ ତତ୍ତ୍ଵାବଧାନରେ ୪୦୦ ମିଟର , ଦୌଡ,ଉଚ୍ଚ ଡିଆଁ, ଦଉଡ଼ି ଡିଆଁ ,ଡିସକସ ,ଜlଭେଲିନ ଥ୍ରୋ , ମେଣ୍ଟାଲ ଟେଷ୍ଟ ,ମ୍ୟୁଜିକ ଚେୟାର ଖେଳ ହୋଇଥିଲା । ୩୨୦ ଛାତ୍ରୀ ଏହି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave A Reply

Your email address will not be published.

8 − 4 =