ଆକାଶବାଣୀ ଯୋରନ୍ଦାର ବରିଷ୍ଠ ଘୋଷକ ପାର୍ଥ ପ୍ରତିମ ନନ୍ଦଙ୍କ ପରଲୋକ !

ଢେଙ୍କାନାଳ : ଆକାଶବାଣୀ ଯୋରନ୍ଦାର ବରିଷ୍ଠ ଘୋଷକ ପାର୍ଥ ପ୍ରତିମ ନନ୍ଦଙ୍କର ଆଜି ସକାଳୁ କଟକସ୍ଥ ବାସଭବନରେ ହୃଦଘାତରେ ପରଲୋକ ଘଟିଯାଇଛି । ଶ୍ରୀ ନନ୍ଦ ଆକାଶବାଣୀ କେନ୍ଦୁଝରରେ ତାଙ୍କର ଚାକିରି ଜୀବନଆରମ୍ଭ କରିଥିଲେ ଓ ୨୦୦୦ ମସିହାରେ ଆକାଶବାଣୀ ଯୋରନ୍ଦାରେ ଯୋଗ ଦେଇ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଜଣେ ଅମାୟିକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ବିଶିଷ୍ଟ ନାଟ୍ୟକାର ତଥାଆକାଶବାଣୀର ପୂର୍ବତନ ଘୋଷକ ସ୍ୱର୍ଗତ କୁଞ୍ଜବିହାରୀ ନନ୍ଦଙ୍କ ପାର୍ଥ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର । ସୁଲେଖିକା ସୁକାମିନୀନନ୍ଦ ଓ ହାସ୍ୟବିଦୂଷୀ ପଙ୍କଜିନୀ ଦାଶ ପାର୍ଥ ପ୍ରତିମଙ୍କର ପିୟୁସୀ ନାନୀ । ଢେଙ୍କାନାଳର ବିଶିଷ୍ଟ ପଣ୍ଡିତ ଲଳିତ ନନ୍ଦଙ୍କରସେ ନାତି ଓ ଢେଙ୍କାନାଳ ଇତିହାସର ଲେଖକ ରାମଚନ୍ଦ୍ର ନନ୍ଦ ଭକ୍ତିବିନୋଦଙ୍କ ଅଣନାତି । ଜାତୀୟ କବି ବାଞ୍ଛାନିଧିଦାସଙ୍କର ସେ ହେଉଛନ୍ତି ଜ୍ୱାଇଁ । ପାର୍ଥ ପ୍ରତିମ ନନ୍ଦ ଜଣେ ଉଚ୍ଚକୋଟୀର ଟ୍ରାଙ୍ଗୋ ବାଦକ ଏବଂ ଢେଙ୍କାନାଳର ଅଗ୍ରଣୀସଂଗୀତ ଅନୁଷ୍ଠାନ ମ୍ୟୁଜିକାର ପ୍ରତିଷ୍ଠାତା ସଦସ୍ୟ । ତାଙ୍କ ଅକାଳ ବିୟୋଗରେ ଆକାଶବାଣୀ ଯୋରନ୍ଦା କେନ୍ଦ୍ରରେଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆଜି ସକାଳୁ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆକାଶବାଣୀ ଯୋରନ୍ଦା
ଠାରେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ମୃତ ନନ୍ଦଙ୍କ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ଜ୍ଞାପନ କରାଯାଇଥିଲା । ଶବବ୍ୟବଚ୍ଛେଦ ପରେ ଆଜି ସଂଧ୍ୟାରେ ତାଙ୍କୁ ଜନ୍ମ ମାଟି ଢେଙ୍କାନାଳ ଅଣାଯାଇ ସ୍ଥାନୀୟ କୁଞ୍ଜକାନ୍ତ ଶ୍ମଶାନ ଠାରେ ଦାହସଂସ୍କାର କରାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଏକମାତ୍ର ପୁତ୍ର ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ନନ୍ଦ ୨୦୨୫ ମସିହା ମାର୍ଚ୍ଚ ମାସରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ ।

Leave A Reply

Your email address will not be published.

14 + 3 =