ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ଛୋଟ ଛୋଟ ଶିଶୁମାନଙ୍କୁ ବାଲ୍ୟ କାଳରୁ ସୁଦୃଢ କରିବା ଉଦ୍ଦେଶ୍ୟରେ “ଲିଟିଲ୍ ଟ୍ୟାଲେଣ୍ଟ କିଡ୍ସ୍ ସ୍କୁଲ” ନାମିତ ଗୋଟିଏ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଗ୍ରାମ ସଭାପତି ଶିଖର ଚନ୍ଦ୍ର ସାହୁଙ୍କ ଶୁଭ ଉଦଘାଟନ ହୋଇଥିଲା।ଏହି କିଡ୍ସ୍ ସ୍କୁଲ ଖୋଲିବାର ଉଦେଶ୍ୟ କହିବାକୁ ଯାଇ ସ୍କୁଲ ପରିଚାଳକ ତଥା ପ୍ରିନସିପାଲ ଅନିତା ରାଣୀ ବେହେରା କହନ୍ତି ବିଦ୍ୟା ଆମ ମିତ ବିଦ୍ୟା ଆମ ବଳ ବିଦ୍ୟା ତ ସବୁରି ଧନ । ନବୁଝି ଏହାକୁ ଅବୁଝା ହୁଏ ଯେ ମୂର୍ଖ ହୁଏ ସେହି ଜାଣ । ଯେ କୌଣସି ଦେଶ ବା ରାଷ୍ଟ୍ର ହେଉ ନା କାହିଁକି ତା’ର ନିର୍ମାଣରେ ଶିଶୁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ,ଏହି ମାନେ ଆମ ଦେଶର ଭବିଷ୍ୟତ ବୋଲି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ, ଆଜିର ଏହି କୁନିକୁନି ପିଲାମାନେ କାଲି କଳ୍ପନା ଚାଓଲା, କିରନ୍ ବେଦି, ଇନ୍ଦିରା ଗାନ୍ଧୀ, କଳ୍ପନା ଦାଶ ତଥା ମିଜାଇଲ ମ୍ୟାନ ଏ.ପି.ଜେ ଅବଦୁଲ କଲାମଙ୍କ ପରି ଦେଶର ନାଁ ରଖିବେ ବୋଲି ଶ୍ରୀମତୀ ସାହୁ ମତ ପ୍ରକାଶ କରିଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ସ୍ୱରୂପ କୁମାର ସାହୁ କହିଛନ୍ତି । କୁନିକୁନି ପିଲାମାନଙ୍କ ପ୍ରତିଭାକୁ ଆଗକୁ ନେବା ପାଇଁ ଏହି ପରିପ୍ରେକ୍ଷୀରେ ଏହା ଆମର ଗୋଟିଏ ଛୋଟିଆ ପ୍ରୟାସ, ଆମ ପିଲାମାନଙ୍କର ମୂଳଦୂଆ ତଥା ଭିତ୍ତିପ୍ରସ୍ତର କେମିତି ମଜବୁତ ହେବ ତାହା ଆମର ଲକ୍ଷ୍ୟ। ତତ୍ ସହିତ ଏହି ଶିକ୍ଷା ଆମ ପିଲାମାନଙ୍କ ଉଚ୍ଚଶିକ୍ଷା ଆହରଣ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସରରେ ପୂର୍ବତନ ସରପଞ୍ଚ ତଥା ବି.ଜେ.ଡି ସଭାପତି କାର୍ତ୍ତିକ କୁମାର ସାହୁ, ଭାରତୀୟ ସେନାର ଅବସରପ୍ରାପ୍ତ ଜବାନ ତୋରାବ ଖାଁ, ସ୍କୁଲ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ସହ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।