ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦଯାପିତ : ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ, ବ୍ରାହ୍ମଣୀ ପବ୍ଲିକ ସ୍କୁଲ ରନର୍ସ-ଅପ୍ !

ଢେଙ୍କାନାଳ : ସହରର ବନମାଳୀପ୍ରସାଦ ସ୍ଥିତ ସତ୍ୟମ ଇଣ୍ଟରନେସନାଲ ସ୍କୁଲ ପରିସରରେ ଗତ ୧୬ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୩ ଜିଲ୍ଲା ଶିକ୍ଷା ବିଭାଗ, ସତ୍ୟମ ଇଣ୍ଟରନେସନାଲ ସ୍କୁଲ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହୋଇଥିଲା ଉଦଜାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ସ୍କୁଲର ନିର୍ଦେଶକ ବିରେନ୍ଦ୍ର କୁମାର ସାହୁ ଓ ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ୧୬ ତାରିଖ ଉଦଘାଟନ୍ ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ସ୍କୁଲର କ୍ରୀଡ଼ା ଶିକ୍ଷକ ସନ୍ତୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ସ୍ୱର୍ଣ୍ଣ, ରୋପ୍ୟ ଏବଂ କାଂସ୍ୟ ପଦକ ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ୨୫ଟି ବିଦ୍ୟାଳୟର ୨୭୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶେଷରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବ୍ରାହ୍ମଣୀ ପବ୍ଲିକ ସ୍କୁଲକୁ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସବୁଠାରୁ ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଣ୍ଟ ଜାଭିୟର୍ସ ହାଇ ସ୍କୁଲକୁ ବିଜେତା ଘୋଷଣା କରାଯାଇ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଦୁଇ ଦିନର ପ୍ରତିଯୋଗିତାରେ ପରିଚାଳକ ଭାବେ ପିତାମ୍ବର ନାହାକ, ଡାର୍ଲିଂନ ଡାଲଟନ, ହରପ୍ରିୟା ବେହେରା, ଇନ୍ଦ୍ରଜିତ ସାହୁ, ସୋହମ ସାହୁ, ଆଦିତ୍ୟ ଘୋଷ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ସ୍କୁଲର ଅଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ଦାସଙ୍କ ନେତୃତ୍ବରେ କ୍ରୀଡ଼ା ଶିକ୍ଷକ ସନ୍ତୋଷ ପରିଡ଼ା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ଗୁରୁଦେବଜି ଗୁରୁକୁଳର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସଫଳ ଆୟୋଜନ ପାଇଁ ସ୍କୁଲର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସ୍କୁଲ ମ୍ୟାନେଜିଙ୍ଗ କମିଟି, ଆମେଚର ତାଇକୋଣ୍ଡୋ ଆସୋସିଏସନ, ସମସ୍ତ କୋଚ ଓ ପରିଚାଳକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

five × one =