ବଜରଙ୍ଗ କ୍ଲବ୍ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ:୫୮ ୟୁନିଟି ରକ୍ତ ସଂଗୃହୀତ !

ଢେଙ୍କାନାଳ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ସ୍ୱତନ୍ତ୍ର ମହିଳା ରକ୍ତଦାନ ଶିବିର ରବିବାର ଦିନଦେଉଳସାହିସ୍ଥିତ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ମଧ୍ୟରେ ରକ୍ତଦାନ ପାଇଁ ଶଚେତନତା ସୃଷ୍ଟିକରିବା ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ମହିଳା ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରାଇମ୍ ଡିଏସ୍‌ପି ହରପ୍ରିୟା ନାଏକଉଦ୍‌ଘାଟନ କରିବା ସହ ନିଜେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମହିଳାମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲୋ ସମ୍ମାନିତ ଅତିଥି ଭାବେ ସଦର ଉପଖଣ୍ଡ ପୋଲିସ୍ ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଓ ସମାଜସେବୀ ଦୀପ୍ତିମୟୀ ଲେଙ୍କାଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରେରଣା ଦେବା ସହ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ସ୍ୱତନ୍ତ୍ର ମହିଳା ରକ୍ତଦାନଶିବିରରେ ୫୮ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ରକ୍ତ ଭଣ୍ଡାର ଅଧିକାରୀ ଡା. ସ୍ୱରୂପ ରଞ୍ଜନସାହୁ, ଟେକ୍‌ନିସିଆନ୍ ରାକେଶ କୁମାର ବେହେରା, ଷ୍ଟାଫ୍ ନର୍ସ ନଳିନୀପ୍ରଭା ରାଉତ, ଆଟେଣ୍ଡାଂଟ୍ ବରୁଣ ସାହୁ, ଅଜୟ ସ୍ୱାଇଁଓ ପୁରୁଷୋତମ ନାଏକ ପ୍ରମୁଖ ପରିଚାଳନା କରିଥିବା ବେଳେ ବଜରଙ୍ଗ କ୍ଲବ୍‌ର ସଭାପତି ମାନସ ରାଉତ, କାର୍ଯ୍ୟକାରୀସଭାପତି ସୁବ୍ରତ ଦାସ, ଉପସଭାପତି ପ୍ରିୟରଞ୍ଜନ ଛୋଟରାୟ ଓ ପ୍ରିୟବ୍ରତ ସାସମଲ୍‌, ସାଧାରଣ ସଂପାଦକ ଶୁଭେନ୍ଦୁଷଢ଼ଙ୍ଗୀ, କାର୍ଯ୍ୟକାରୀ ସଂପାଦକ ଦେବାଶିଷ ଦାଶ, ଯୁଗ୍ମ ସଂପାଦକ ଦୀପକ ବେହେରା, ବିକ୍ରମ କେଶରୀ ମହାପାତ୍ର, ସହ￾ସଂପାଦକ ରୋଜେଶ୍ ପରିଡା ଓ ଦେବାଶିଷ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଶଶି ଭୂଷଣ ପରିଡା, ସଂଜୀବ ପଣ୍ଡା, କୃଷ୍ଣଚନ୍ଦ୍ର ନାୟକ, ରାଜେଶ ବେହେରା, ପି. ଆଞ୍ଜେନେୟ ସମେତ କ୍ଲବ୍‌ର ସଦସ୍ୟ ଶୁଭମ୍ ଗୁରୁଙ୍ଗ୍‌, ରିତେଶ ଦାଶ, ବିଭୁ ପ୍ରସାଦମହାପାତ୍ର, ଆଶୁତୋଷ କର, ରବିନ୍ଦ୍ର ସୋନି, ଜ୍ୟୋତି ପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ରାଘବେନ୍ଦ୍ର ଭୂଷଣ୍ଡ,ବିଶ୍ୱଜିତ୍ ବେହେରା, ରାକେଶ କୁମାର, ଅଂଶୁମାନ୍ ଧଳସାମନ୍ତ, ସନ୍ଦୀପ ଷଢଙ୍ଗୀ, ଗଣମାଧ୍ୟମ ସଂଯୋଜକ ଭାବେ ବେଦଧ୍ୟାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଗକୁ ଜାରି ରହିବବୋଲି କ୍ଲବ୍‌ର ସଭାପତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four + 17 =