ଢେଙ୍କାନାଳ- – ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚର ଏକ ସାଧାରଣ ସଭା ମହିଷାପାଟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ଆବାହକ ଅରୁଣ କୁମାର ବଳିୟାରସିଂ, ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ଓଡିଶାଅମଲା ସଂଘର ସାଧାରଣ ସଂପାଦକ ଗଣେଶ ଚନ୍ଦ୍ର ପୃଷ୍ଟି, ରାଜ୍ୟସ୍ୱ ଅମଲା ସଂଘର ସଂପାଦକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଟ୍ରେଜେରୀଅମଲା ସଂଘର ମାନସ ପାତ୍ର ଓ ଯତିନ୍ ଦେହୁରୀ, ସବ୍-ରେଜିଷ୍ଟ୍ରାର ଅମଲା ସଂଘର ରାଜୀବ କୁମାର ସାହୁ ତଥା ସମସ୍ତବିଭାଗର ଅମଲାମାନେଯୋଗଦେଇଥିଲେ । ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥିବାବେଳେସରକାର ଅମଲାମାନଙ୍କ ଦରମା ମାଟ୍ରିକ୍ ହାରରେ ଦେଉଛନ୍ତି । ଯାହା ଅମଲାମାନଙ୍କ ମଧ୍ୟରେ ଘୋର୍ ଅସନ୍ତୋଷର କାରଣହେଉଛି । ଦୀର୍ଘ ସ୍ୱାଧିନତା ପରଠାରୁ ଆଜି ପର୍ଯ୍ୟନ୍ତ ଅମଲାମାନଙ୍କର ଦରମା ସମୀକରଣ ହୋଇନଥିବାବେଳେ ଅନ୍ୟ ପ୍ରାୟସମସ୍ତ ବର୍ଗର କର୍ମଚାରୀଙ୍କ ଦରମା ସମୀରକରଣ ହୋଇ ସରକାର ପରିବର୍ତନ କରିଛନ୍ତି । ସେଥିପାଇଁ ଗତ ଜୁନ୍ ମାସରେ
ଅମଲାମାନଙ୍କର ମୂଳ ଦରମାର ଲେବୁଲ୍-୯କୁ ପରିବର୍ତନ କରିବା ପାଇଁ ଜୁନ୍ ୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ
ଆନ୍ଦୋଳନ କରିଥିଲେ । ସରକାର ଜୁନ୍ ୨, ୭ ଓ ୯ ତାରିଖରେ ଆଲୋଚନା କରିବା ପାଇଁ ଡାକିଥିଲେ ମଧ୍ୟ ତାହା ସଫଳ
ହୋଇନଥିଲା । ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଆନ୍ଦୋଳନରେ ହସ୍ତକ୍ଷେପ କରି ଆଲୋଚନା କରିଥିଲେ ଏବଂ
ନିର୍ଭର ପ୍ରତିଶ୍ରୁତି ପାଇବା ପରେ ଜୁନ୍ ୧୭ ତାରିଖରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ପରିତାପର ବିଷୟ ଏହା
ମଧ୍ୟରେ ୬ମାସ ପୁରିବାକୁ ଯାଉଥିଲେ ମଧ୍ୟ ସରକାର ଅମଲାଙ୍କ ଦାବୀ ପୂରଣ କରି ନାହାଁନ୍ତି । ସେଥିପାଇଁ ଆସନ୍ତା ଡିସେମ୍ବର
୧୯ ତାରିଖ ସୁଦ୍ଧା ଅମଲାଙ୍କର ଦାବୀ ମୂଳ ଦରମାର ପରିବର୍ତନ ଲେବୁଲ୍ – ୪ ରୁ ଲେବୁଲ୍ – ୯ ପରିବର୍ତନ ନକଲେ ଆସନ୍ତା
ଡିସେମ୍ବର ୨୦ ତାରିଖରୁ ସ୍ଥଗିତ ଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପୁନଃ ଚାଲୁ କରିବା ପାଇଁ ରାଜ୍ୟ ମିଳିତ ମଂଚରେ ନିଆଯାଇଥିବା
ନିଷ୍ପତି ଜିଲ୍ଲାରେ ସଂପୂର୍ଣ୍ଣ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଅଛି । ଜିଲ୍ଲା ସ୍ତରୀୟ ଅମଲାମାନେ ଜିଲ୍ଲା ପ୍ରଶାସନରେ
ରାଜ୍ୟ ସରକାରଙ୍କର ସମସ୍ତ ପ୍ରଶାସନିକ ନିର୍ଦ୍ଦେଶକୁ କାର୍ଯ୍ୟ କରୁଥିବାବେଳେ ବର୍ତମାନ ନିର୍ବାଚନ ପ୍ରକ୍ରିୟା ତଥା ସମସ୍ତ
ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅମଲାମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ନିର୍ବାଚନ ପ୍ରକ୍ରିୟା ଓ
ସାଧାରଣ ଜନତାଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଯଦି କିଛି ଅସୁବିଧା ହୁଏ ସେଥିପାଇଁ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଅଛି
ତଥା ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଅଛି । ଏହି ଆନ୍ଦୋଳନ ପାଇଁ ଆଜି ସମସ୍ତ ଅମଲାମାନେ
ଏକ ଭିନ୍ନ ସଶକ୍ତ, ସୁଦୃଢ ଓ ମଜଭୁତ୍ ଅମଲା ସଂଘ ତା\’ର ଏକମାତ୍ର ଦାବୀ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପରିବର୍ତନ
ଦାବୀକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।