ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସରକାରୀ ମହିଳା ମହା ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ନୂଆ-ଓ, “ଯୁବ ଓଡିଶା ନବୀନ ଓଡିଶା ‘ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ସରକାରୀ ମହିଳା ମହା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ । ଏହି ରାଲିରେଛାତ୍ରୀମାନେ ବିଶ୍ୱ ଏଡ୍ସ ଦିବସ-୨୦୨୩ର ଥିମ୍ “ଗୋଷ୍ଠୀ ସମୂହକୁ ନେତୃତ୍ୱ ଦିଅ ‘ ଏବଂ ଏହିଭଳି ଏଡ୍ସ ସଚେତନତା ସମ୍ବନ୍ଧିତ ବିଭିନ୍ନ ଶ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ରାଲି ସରକାରୀ ମହିଳା ମହାବିଦ୍ୟାଳୟର ,ଢେଙ୍କାନାଳ ପରିସରରୁ ଆରମ୍ଭ ହୋଇ ପରିବା ମାର୍କେଟ୍, ରଥଗଡା, ଗଣେଶ ବଜାର ଛକ, କଲେକ୍ଟର୍ ଅଫିସ୍ ସାମ୍ନା, କୋର୍ଟଛକ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ମଲ୍ଲ ଏଡ୍ସ ରୋଗର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲୋ ନୂଆ-ଓ କାର୍ଯ୍ୟକ୍ରମ ସରକାରୀ ମହିଳା ମହା ବିଦ୍ୟାଳୟର ନୋଡାଲ୍ ଅଫିସର୍, ଅଧ୍ୟାପିକା ଲୀନା ଗନ୍ତାୟତ୍ ଏହିରୋଗର ସଂକ୍ରମଣ ମାଧ୍ୟମ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମର ସୋସିଆଲ୍ୱାର୍କ ଏକ୍ଟିଭିଟିସ୍ର କୋର୍ଡିନେଟର୍ ଅଧ୍ୟାପିକା ଡ. ସାଗରିକା ପଣ୍ଡା ରାଲିର ଆୟୋଜନ ଏବଂ ପରିଚାଳନା କରିଥିଲେ । ଏହିଅବସରରେ ନୂଆ-ଓ କାର୍ଯ୍ୟକ୍ରମର ଅନ୍ୟ କୋର୍ଡିନେଟର୍ ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଓ ଅଧ୍ୟାପକ ପଙ୍କଜ ବାରିକ ରାଲିରେଯୋଗଦେଇ ଛାତ୍ରୀମାନଙ୍କୁ ସଚେତନ କରାଇବା ସହ ଉତ୍ସାହିତ କରିଥିଲେ । ଛାତ୍ରୀ ବିଦ୍ୟୁସ୍ମିତା ପରିଡା ଶେଷରେ ଧନ୍ୟବାଦଅର୍ପଣ କରିଥିଲେ ।