ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ :ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ପ୍ରଫୁଲ କୁମାର ମଲ୍ଲିକ ଯୋଗଦାନ !
ଢେଙ୍କାନାଳ : ସନ୍ଧ୍ୟାରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ଧାନ ଚାଷ ଅପେକ୍ଷା ଉନ୍ନତ ମାନର ମାଛଚାଷ ଓ ପଶୁପାଳନ ଅଧିକ ଲାଭ ଦାୟକ ବୋଲି କହିଥିଲେ l ଏହାସହ ଏହି ସବୁ ଚାଷ କାର୍ଯ୍ୟ ପାଇଁ ସରକାର ଙ୍କ ତରଫରୁ ଦିଆଯାଉଥିବା ରିହାତି ର ଲାଭ ଉଠାଇବାକୁ ସେ ଚାଷୀ ମାନଙ୍କୁ କହିଥିଲେ ଏବଂ ବିଭାଗୀୟ ଅଧିକାରୀ ମାନେ ଏ ସଂକ୍ରାନ୍ତରେ ଚାଷୀ ମାନଙ୍କୁ ସଚେତନ କରାଇବା ପାଇଁ ସେ ଗୁରତ୍ୱାରୋପ କରିଥିଲେ l
ଏହି ଅବସରରେ ଚାଷୀମାନଙ୍କ ଉଦ୍ୟେଶ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରସାରିତ ହେଇଥିଲା ଏହାସହ ଜିଲ୍ଲାର ସଫଳ ଚାଷୀ ମାନଙ୍କ କାହାଣୀ ପ୍ରଦର୍ଶିତ ହେଇଥିଲା l ତତସହିତ ଜିଲ୍ଲାର ଅଗ୍ରଣୀ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ମନୋରଞ୍ଜନ ପାଇଁ ଯାଦୁକର ବିମଲ କୁମାର ବିଶ୍ୱାଳ ଙ୍କ ଦ୍ୱାରା ମ୍ୟାଜିକ ସୋ କରାଯାଇଥିଲା l ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଡମ୍ବରୁଧର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସଂଗ୍ରାମ କେଶରି କର ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସଭା କାର୍ଯ୍ୟ ଶ୍ରୀ ଅବନୀ କୁମାର ମିଶ୍ର ପରିଚାଳନା କରିଥିଲେ l
ଏହି ମେଳା ଦୁଇ ଦିନଧରି ନଭେମ୍ବର ୨୪ ଓ ୨୫ ତାରିଖ ରେ ଅନୁଷ୍ଠିତ ହେଇଥିଲା l ଚାଷୀମାନଙ୍କୁ ସଚେତନ କରାଇବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଷ୍ଟଲ ମାନ କରାଯାଇଥିଲା l ଏହାସହ ଏଠାରେ କୃଷିବିଜ୍ଞାନୀମାନେ ଚାଷୀମାନଙ୍କୁ ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି ଯାହାକି ଆଗାମୀ ଦିନରେ ଚାଷୀ ମାନଙ୍କୁ ଅଧିକ ଅଭିଜ୍ଞତା ସମ୍ପର୍ଣ୍ଣ କରିବ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଚାଷୀ ଭାଇଭଉଣୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l