ଢେଙ୍କାନାଳରେ ବିଜେପି ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା !

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଭାବେ ତୃତୀୟ ଥର ପାଇଁ ନରେଶ ଚନ୍ଦ୍ର ମହାପାତ୍ର ମନୋନିତ ହୋଇଥିବାରୁ ଗତ ଶୁକ୍ରବାର ଦିନ ଢେଙ୍କାନାଳ ବିଜେପି ନଗର ମଣ୍ଡଳ ତରଫରୁ ତାଙ୍କୁ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଥିଲା । ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌
ହଲ୍‌ରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ବରିଷ୍ଠ ଜିଲ୍ଲା
ଉପସଭାପତି ପବିତ୍ର ବିଶ୍ୱାଳ, ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜନଳିନୀ ମହାଳିକ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା,ଭାରତୀ ସ୍ୱାଇଁ, ଯଶସ୍ୱିନୀ ରାଉତ, ରାଜ୍ୟ ମହିଳା ମୋର୍ଚ୍ଚା ସ୍ୱଚ୍ଛ ଭାରତ ଯୋଜନାର ସଂଯୋଜିକା ରତ୍ନପ୍ରଭା ପଣ୍ଡା, ଜିଲ୍ଲାମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ରାଜ୍ୟ ଓବିସିମୋର୍ଚ୍ଚା ସଂପାଦକ ଅରୁଣ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଏସ୍‌.ସି. ମୋର୍ଚ୍ଚା ସଭାପତିଲକ୍ଷ୍ମୀଧର ଦଳେଇ, ବରିଷ୍ଠ ନେତା ଶିବ ପ୍ରସାଦ ସାହୁ, ଦୀପକ ପ୍ରସାଦ ପଟ୍ଟନାୟକ, ପଦ୍ମଭୁଷଣ ସାହୁ, କାଉନ୍‌ସିଲର
ନିରୋଦ କୁମାର ସାହୁ, ସୂର୍ଯ୍ୟପ୍ରତାପ ରାଉତ, ଲକ୍ଷ୍ମୀପ୍ରିୟା ଦଳେଇ, ବଳରାମ ସେଠୀ, ମମତା ସାହୁ, ସୁମିତ୍ରା ମଲ୍ଲିକ,ଅନିତା ମଲ୍ଲିକ, ପ୍ରତାପ ନାଏକ, ସଲ୍ଲାଉଦ୍ଦିନ୍ ଖାଁ, ସଂଯୁକ୍ତା ହୋତା, କମଳା ବେହେରାଙ୍କ ସମେତ ବହୁ ସଂଖ୍ୟାରେକାର୍ଯ୍ୟକର୍ତା ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ସାଧାରଣନିର୍ବାଚନରେ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତେ ଏକ ହୋଇ ଢେଙ୍କାନାଳର ଚାରୋଟି ବିଧାନସଭା ଓ ଲୋକସଭାଆସନରେ ଭାରତୀୟ ଜନତା ପାର୍ଟିର ବିଜୟ ବାନା ଉଡାଇବା ପାଇଁ କାର୍ଯ୍ୟକର୍ତାମାନେ ସଂକଳ୍ପ କରିଥିଲେ । ପୂର୍ବରୁ ଦଳଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ସାମଲ ପୁଣି ଦଳକୁ ଫେରିଥିଲେ । ଜିଲ୍ଲାସଭାପତି ଶ୍ରୀ ମହାପାତ୍ର ଓ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଶ୍ରୀ ସାମଲଙ୍କୁ ଦଳୀୟ ଟୋପି, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ
ଦଳରେ ଗ୍ରହଣ କରିବା ସହ ସ୍ୱାଗତ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ
ା ଉପରୋକ୍ତ ସମ୍ବର୍ଦ୍ଧନା ଉତ୍ସବକୁ ମିଡିଆ ପ୍ରଭାରୀ ନବ କିଶୋର ଗୁରୁ ପରିଚାଳନା କରିଥିବାସ୍ଥଳେ ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

3 × three =