“ମୋ ଗାଁ ମୋ ସମ୍ମାନ” ଅଭିଯାନ ମାଧ୍ୟମ ରେ ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିଵିର : ୪୧ ୟୂନିଟ୍ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : “ମୋ ଗାଁ ମୋ ସମ୍ମାନ” ଅଭିଯାନ ମାଧ୍ୟମ ରେ ଜନମଙ୍ଗଳ ରାସୋଳ ସଂଗଠନ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି ।ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ), ରାସୋଳ,ହିନ୍ଦୋଳ କଲ୍ୟାଣ ସଂଗଠନ (ଭୁଵନେଶ୍ଵର),ମହାଲକ୍ଷ୍ମୀ ଵାଣିଜ୍ୟ ସଂଘ(ରାସୋଳ) ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଛାକୃତ ରକ୍ତଦାନ ଶିଵିର ରାସୋଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ହୋଇ ଯାଇଛି। ଅନୁଗୋଳ ରକ୍ତ ଭଣ୍ଡାର ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପହଞ୍ଚିଵା ପରେ ତିନୋଟି ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କର ଉପସ୍ଥିତି ରେ ପୂର୍ବତନ ଢେଙ୍କାନାଳ ବିଧାୟକ କୃଷ୍ନଚନ୍ଦ୍ର ପାତ୍ର ଙ୍କ ଦ୍ଵାରା ରିଵନ କଟାଯାଇ ଉଦ୍ଘାଟନ କରାଯାଇ ଥିଲା।ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଶ୍ରୀଯୁକ୍ତ ପାତ୍ର ମହୋଦୟ ଙ୍କ ଦ୍ଵାର ଦ୍ବିପ ପ୍ରଜ୍ଵଳନ କରାଯାଇ ରକ୍ତଦାନ ର ଶୁଭାରମ୍ଭ ହୋଇଥିଲା।ପ୍ରଥମ ରକ୍ତଦାତା ଭାବେ ପଵିତ୍ର ସାହୁ(ଇଛାପୂର)ରୂ ରକ୍ତଦାନ କରିଥିଲେ।ଶେଷ ରକ୍ତଦାତା ଭାଵେ ସଂଗଠନ ର ପ୍ରତିଷ୍ଠାତା ଵିଭୁ ଶତପଥୀ ରକ୍ତଦାନ କରିଥିଲେ। ସର୍ଵ ମୋଟ ୪୧ ୟୂନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ର ପ୍ରତିଷ୍ଠାତା ଵିଭୁ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ଵାଵଧାନ ରେ ଜନ ମଙ୍ଗଳ ସଂଗଠନ ର ସଭାନେତ୍ରୀ,ସଂପାଦିକା ଓ ସଂଗଠନ ର ସେବକ ସେବିକା ଭାଇ ଭଉଣୀ ତଥା ହିନ୍ଦୋଳ କଲ୍ୟାଣ ସଂଗଠନ ଓ ମହଲକ୍ଷ୍ମି ଵାଣିଜ୍ୟ ସଂଘ ରାସୋଳ ର ସଭାପତି ମନୋରଞ୍ଜନ ନାଥ,ସଂପାଦକ ଚକ୍ରଧର ସାହୁ ଓ ଆନ୍ଚଳିକ ସ୍ତର ରେ ବରିଷ୍ଠ ସମାଜସେଵୀ ରତିକାନ୍ତ ଗଡନାୟକ,ଭାସ୍କର ନାୟକ ରକ୍ତଦାତା ମାନଙ୍କୂ ଉତ୍ସାହିତ କରିଵା ସହିତ ଵହୂ ମନ୍ୟଗଣ୍ୟ ଵ୍ୟକ୍ତି ଵିଶେଷ ମାନଙ୍କର ଶୁଭାଶ୍ରୀଵାଦ ରେ ସହଯୋଗ ପୂର୍ଣ ପ୍ରଚେଷ୍ଟା ରେ ରକ୍ତଦାନ ର ମହନୀୟ ପର୍ବ ସଂପାଦନ ହୋଇଥିଲା।

Leave A Reply

Your email address will not be published.

three × 5 =