ଢେଙ୍କାନାଳ : ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟମ୍ବା ଗ୍ରାମର ଡମ
ସାହିରେ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଗଲା । ଡମ ସାହିରେ ଥିବା ମହିଳାଙ୍କୁ ନୂତନ ଶାଢ଼ୀ ପ୍ରଦାନ କରିଥିଲା
ସଂଘ । ଏଥିରେ ସଂଘର କାର୍ଯ୍ୟକର୍ତା ସମାଜସେବୀ ସୌମ୍ୟା ମିଶ୍ର ଓ ବଲ୍ୟମ୍ୱା ଗ୍ରାମର ସମାଜସେବୀ ଚନ୍ଦନ ମୂଖ୍ୟ ଭୂମିକା
ଗ୍ରହଣ କରିଥିଲେ ଓ ବାଲ୍ୟାମ୍ବା ଗ୍ରାମର ସରପଞ୍ଚ ଲକ୍ଷ୍ମୀ ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଷ ସଂଘ
ତରଫରୁ ଏହି କାର୍ଯ୍ୟ କରାଯାଏ ଓ ସଂଘର ସଦସ୍ୟା ସୌମ୍ୟା ମିଶ୍ର କହିଛନ୍ତି ଏହା ପ୍ରତ୍ୟେକ ବର୍ଷ ଚାଲୁ ରହିବ ।