ଗଁଦିଆ; ଛୋଟ ତେନ୍ତୁଳିରେ ଜଳସମସ୍ୟା : ପାଣି ଟୋପାଏ ପାଇଁ ଡହଳ ବିକଳ !

ଢ଼େଙ୍କାନାଳ : ଗାଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତର ୧୨ନମ୍ବର ୱାର୍ଡ଼ ଛୋଟତେନ୍ତୁଳି ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଲୋକସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ଵ । ଏହି ଗ୍ରାମରେ ୫ଟି ନଳକୂପରୁ ୩ଟି ନଳକୂପ ସଂପୂର୍ଣ୍ଣ ଅଚଳ ହୋଇଥିବାବେଳେ ଅନ୍ୟ ୨ଟି ନଳକୂପର ଅବସ୍ଥା ଭଲ ନାହିଁ।

ବହୁଥର ମାରିଲେ ଏଥିରୁ ପାଣି ବାହାରୁଛି ଏହି ୨ଟି ନଳକୂପର ଜଳକୁ ଗ୍ରାମବାସୀ ବହୁ ଅସୁବିଧାରେ ଗ୍ରହଣ କରୁଛନ୍ତି ଏ ସଂପର୍କରେ ୱାର୍ଡ଼ ମେମ୍ବର ଗୌରମୋହନ ମହାନ୍ତ କହନ୍ତି ପଞ୍ଚାୟତ ମିଟିଂରେ ଦୁଇଥର ଏହି ନଳକୂପସମସ୍ୟା ଜଣାଇଥିଲେ ସୁଦ୍ଧା ଖାଲି ଲେଖି ନେଉଛନ୍ତି କିନ୍ତୁ କାର୍ଯ୍ୟଶୂନ।

ଏହି ବାବଦରେ ଅନାଦି ମହାନ୍ତ, ପରମାନନ୍ଦ ମହାନ୍ତ, ଦରବାରିଆ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଗଂଗାଧର ମହାନ୍ତ, ବିଷ୍ଣୁ ମହାନ୍ତ, ଟଙ୍କଧର ମହାନ୍ତ, ଲକ୍ଷ୍ମୀ ଧର ମହାନ୍ତ ପ୍ରମୁଖ ଜନସାଧାରଣ ଶିଘ୍ର ଜଳ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ ହେବା ପାଇଁ ଜିଲ୍ଲା ପ୍ରଶାସନ କୁ ବିନମ୍ର ଅନୁରୋଧ କରିଅଛନ୍ତି।

Leave A Reply

Your email address will not be published.

three × 3 =