ନବୀନ ନନ୍ଦଙ୍କ ଆହ୍ୱାନ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ” ଢ଼େଙ୍କାନାଳ ସ୍ୱାଭିମାନ ମଞ୍ଚ ” ର ଅନଶନ ଧର୍ମଘଟ ଓ ଗଣ ଧାରଣା !
ଢ଼େଙ୍କାନାଳ : ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ନିକଟରେ ଗନ୍ଦିଆ ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ର ପ୍ରତିକାର ପାଇଁ ଏକ ୫ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲା ପ୍ରଶାସନ କୁ ମଂଚ ତରଫରୁ ଦିଆଯାଇଥିଲେ ମଧ୍ୟ ତାହା ଉପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେବା ହେତୁ ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏକ ୩ ଘଣ୍ଟିଆ ଅନଶନ ଧର୍ମଘଟ କରାଯାଇଥିଲା । ଉକ୍ତ ଧର୍ମଘଟ ର ପରିଚାଳନା ସଭା କୁ ସ୍ଥାନୀୟ ବରିଷ୍ଠ ନେତା ତଥା ଗଁନ୍ଦିଆ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମଙ୍ଗରାଜ ବାରିକ ସଭାପତିତ୍ବ କରି ଗନ୍ଦିଆ ମେଡିକାଲ ରେ ହେଉଥିବା ଅବ୍ୟବସ୍ଥା , ବିଶେଷଜ୍ଞ ଡାକ୍ତର ଅଭାବ ଓ ପୋଷ୍ଟ ମାର୍ତମ୍ ସେଣ୍ଟର୍ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବା ଯୋଗୁ ଅଞ୍ଚଳ ର ଜନ ସାଧାରଣ ସର୍ବ ନିମ୍ନ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସହ ସହ ମହିଳା ରୋଗୀ ଡାକ୍ତର ଖାନା କୁ ଆସୁଥିଲେ ବି ଜଣେ ବି ମହିଳା ସ୍ଵିପର ନଥିବାରୁ ମହିଳା ରୋଗୀ ମାନେ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉ ଥିବାର ଶ୍ରୀ ବାରିକ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ରୂପେ ମଂଚ ର ଆବାହକ ତଥା ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦ ତାଙ୍କ ବକ୍ତବ୍ୟ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସରକାର ଗତ ୨୦୧୪ ମସିହାରୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେବି ପ୍ରଶାସନିକ ଓ ରାଜନୈତିକ ଅପାରଗତା ପାଇଁ ଗନ୍ଦିଆ ମେଡିକାଲ ରେ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟ କ୍ଷମ ହୋଇ ପାରି ନାହିଁ । ସେହିପରି ଗତ ୨୦୧୪ ମସିହାରୁ ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରାଯାଉ ନାହିଁ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ । ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଗନ୍ଦିଆ ଅଞ୍ଚଳ ର ଲକ୍ଷାଧିକ ଗରିବ ଲୋକ ନିର୍ଭର କରୁଥିଲେ ବି ସ୍ଥାନୀୟ ନେତୃତ୍ଵ ର ଅପାରଗତା କୁ ଶ୍ରୀ ନନ୍ଦ କଟୁ ସମାଲୋଚନା କରି ଆସନ୍ତା ଏକ ମାସ ଭିତରେ ଯଦି ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟ କ୍ଷମ ନହେବ ଓ ବିଶେଷଜ୍ଞ ପଦବୀ ପୂରଣ ନକରା ଯିବ ତେବେ ଢେ଼ଙ୍କାନାଳ ରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ତଥା ମଂଚ ର ଆବାହକ ପ୍ରକାଶ କରିଥିଲେ । ଜିଲ୍ଲା ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ବ୍ୟାପକ ସରକାରୀ ଅର୍ଥ ହରି ଲୁଟ ହେଉଥିବାର ଦର୍ଶାଇ କିପରି ଘରୋଇ ମେଡିକାଲ ମାନେ ପ୍ରକୃତ ଗରିବ ଲୋକ ମାନେ ଶୋଷଣ ର ଶିକାର ହେଉଛନ୍ତି ତାହା ଶ୍ରୀ ନନ୍ଦ ଦର୍ଶାଇ ଥିଲେ। ସମ୍ମାନିତ ଅତିଥି ରୂପେ ଯୁବ ନେତା ଡ. ଷ୍ଟା ଲି ନ ମିଶ୍ର ଯୋଗ ଦେଇ ୨୩ବର୍ଷ ର ବିଜୁ ଜନତା ଦଳ ର ସରକାର ରେ କିପରି ଦୁର୍ନୀତି ଚରମ ସୀମା ରେ ପହଞ୍ଚି ସାରିଛି ବକ୍ତବ୍ୟ ରଖି ସାଧାରଣ ଲୋକ କିପରି ସର୍ବ ନିମ୍ନ ଆବଶ୍ୟକତା ରୁ ବଞ୍ଚିତ ହେଉଛନ୍ତି ତାହା ଦର୍ଶାଇ ଥିଲେ ।
ଏହାପରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଵେଶ୍ୟ ରେ ଏକ ଦାବି ପତ୍ର ସଭାପତି ଶ୍ରୀଯୁକ୍ତ ମଙ୍ଗରାଜ ବାରିକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ପ୍ରତିନିଧି ଙ୍କ ଜରିଆରେ ଦିଆ ଯାଇ ଏହାର ତୁରନ୍ତ ସମାଧାନ ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କର ଯାଇଥିଲା ।
ଏହି ଅନଶନ ଧର୍ମଘଟ ରେ ଗନ୍ଦିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସନାତନ ସାହୁ,ଶଙ୍କର ପୁର ର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ରାଉତ , ସପ୍ତ ଶଯ୍ୟା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ବାଘ, ପୂର୍ବତନ ଶିକ୍ଷକ ରବି ନାରାୟଣ ପରିଡ଼ା, ଯୁବନେତା ଅସିତ୍ ମହାନ୍ତି, ସରୋଜ ମହାଳିକ,ଭାଗ୍ୟବାନ ପ୍ରଧାନ, ନରେନ୍ଦ୍ର ସନ୍ଧି, ସିବଳାଲ ଜାରିକା, ମହେନ୍ଦ୍ର ପିଙ୍ଗୁଆ, ରୁଦ୍ର ନାରାୟଣ ମିଶ୍ର, ବାବୁଲି ପତି, ସବୁଜ ରାଉତ ,ବୀରବର ବାରିକ, ଭୀମସେନ ହେମ୍ରମ ,ମାନସ ରଞ୍ଜନ ସାହୁ, ଚିନ୍ତାମଣି ତ୍ରିପାଠୀ ,ପ୍ରଦୀପ ବେହେରା, ଦିଗନ୍ତ କବିଶତପଥି ଙ୍କ ସମେତ ଦୁଇଶହ ରୁ ଅଧିକ ସଭ୍ୟ ମାନେ ଏହି ଧର୍ମଘଟ ରେ ଯୋଗ ଦାନ କରିଥିଲେ ।