ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀଶ୍ରୀ ଜୟଦୁର୍ଗା ପୂଜା ଅନୁଷ୍ଠାନର ମାଟି ଅନୁକୂଳ !

ଢେଙ୍କାନାଳ : ଓଡାପଡା ବ୍ଲକ୍ ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀ ଶ୍ରୀ ଜୟଦୁର୍ଗା ପୂଜା ପ୍ରତିଷ୍ଠାନର ଶାରଦୀୟଦୁର୍ଗାପୂଜା ମୂର୍ତୀ ନିର୍ମାଣ ପାଇଁ ଆଜି ସୁନିଆ ଅବସରରେ ମାଟି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ବ୍ରାହ୍ମଣୀ ନଦୀ କୂଳକମଗରା ନିକଟରେ ମା\’ ଷୋଡଶ ପୂଜା, ଭୋଗ ଲାଗି କରାଯାଇ ମାଟି ଅନୁକୂଳ କରାଯାଇଥିଲା । ଗ୍ରାମବାସୀ ଘଂଟବାଦ୍ୟ ଓ ହରିବୋଲ ହୁଳହୁଳିରେ ପରିବେଶ ଉତ୍ସବ ମୁଖର ହୋଇଥିଲା । ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହିଦୁର୍ଗାପୂଜା ଅନୁଷ୍ଠାନ ଆଜି ୫୨ ବର୍ଷରେ ପହଁଚିଅଛି । ସଭାପତି ଏଶୋକ କୁମାର ପରିଡା ଓ ସଂପାଦକ ପ୍ରଣବନ୍ଧୁ ସିଂଙ୍କତତ୍ୱାବଧାନରେ କର୍ତା ସନ୍ତୋଷ କୁମାର ସିଂ ଓ ପୂଜାକ ଜଗନ୍ନାଥ ମିଶ୍ର ପୂଜା ବିଧି କରି ମାଟି ଅନୁକୂଳ କରିଥିଲେ ।କମିଟିର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

eight + 1 =