ହିନ୍ଦୋଳ ନୂଆପାଟଣା ରେ ଅନନ୍ତ ମୁଖି ପାଳିତ !

ଢେଙ୍କାନାଳ :ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆପାଟଣା ରାଧା କୃଷ୍ଣ ମନ୍ଦିରରେ ଅନନ୍ତ ମୁଖି ପାଳିତ ହୋଇଯାଇଛି। ଆଜକୁ ପ୍ରାୟ ୧୦୫ ବର୍ଷ ଧରି ଏହା ପାଳିତ ହୋଇଆସୁଛି । ଏହି ମନ୍ଦିରରେ ଅନନ୍ତ ମୁଖି କରିବା ପାଇଁ ୭ଟି ପଂଚାୟତର ଗ୍ରାମବାସୀ ଏକାଠି ହୋଇଥାଆନ୍ତି । ବାର ସ୍କନ୍ଧ ଭାଗବତ ଗୀତା ପାଠ ଶେଷ ହେବା ପରେ ଦେବାଦେବୀଙ୍କ ହୋମ ଯଜ୍ଞ କରାଯାଇଥାଏ । ନୂଆପାଟଣା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ସଂକୀର୍ତ୍ତନ କରାଯିବା ସହ ପ୍ରସାଦ ସେବନ କରାଯାଇଥିଲା । ରାତିରେ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା। ଏଥିରେ ଦିବାକର ନାଏକ ସରପଂଚ ରାସୋଳ ଙ୍କ ସମେତ ଗ୍ରାମର ସଭାପତି ମହୁର ସାହୁ, ସଂପାଦକ ନିତ୍ୟାନନ୍ଦ ପୃଷ୍ଟି , ବିନୋଦ ଖୁଣ୍ଟିଆ, ବଂଶୀଧର ଖୁଣ୍ଟିଆ,ବିନୟ ପୃଷ୍ଟି , ରବିନାରାୟଣ ପୃଷ୍ଟି ଓ ଗଦାଧର ସାହୁ ପ୍ରମୁଖ ଙ୍କ ସହ ଅନ୍ୟ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.

2 × 4 =