ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଟାଉନ୍ ସଭାପତି ସୋନୁରାମ୍ ସିଂଙ୍କ ଜନ୍ମଦିନ ଅବସରରେ ତଥା
ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୋଟ୍ ୧୩୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସୂଚନାଥାଉକି, ରକ୍ତ ବିନା ଯେପରି କାହାରି ଜୀବନ ନଯାଏ ସେଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ରକ୍ତଦାନ ଶିବିର କରି ଗରିବଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛନ୍ତି । ଏହିଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର ଜାଣିବା ପାରେ ଓଡିଶା ମୋ ପରିବାର ଇନ୍ଚାର୍ଜ ତଥା ବିଧାୟକ ସୁଧିର କୁମାରସାମଲଙ୍କ ନିର୍ଦ୍ଦେଶ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକସୁରଜ ମହାପାତ୍ର, ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଦେବାଶିଷ ମିଶ୍ର, ଯୁବନେତା ରଞ୍ଜନ ନାୟକ, ଶୁଭମ୍ ସାହୁ, ଦିବ୍ୟ ପ୍ରକାଶରାଉତ, ସ୍ମୃତିରଞ୍ଜନ ତ୍ରିପାଠୀ, ଚିନ୍ମୟ ବେଉରା, ସଂଗ୍ରାମ ସାହୁ, ସାନୁ ପ୍ରମୁଖ ସହଯୋଗ କରିଥିବାବେଳେ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ପରମାନନ୍ଦ ପଣ୍ଡା, ତପନ ଜେନା, ଅଜୟ ସ୍ୱାଇଁ, ନଳିନୀପ୍ରଭା ରାଉତ ଓ ବରୁଣ ସାହୁ ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।