ଢେଙ୍କାନାଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଗାମୀ ସେପ୍ଟେମ୍ବର ୨୬ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ
ଜୟନ୍ତୀ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡିର ସରକାର ବିରୋଧରେ ଢେଙ୍କାନାଳ ବିଜେପିର
ସାଙ୍ଗଠନିକ କର୍ମଶାଳା ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ
ରାଜ୍ୟ ବିଜେପିର ଉପସଭାନେତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ବିଜେପି ସଂଗଠନ ପ୍ରଭାରୀ ପ୍ରଭାତୀ ପରିଡା ଆନୁଷ୍ଠାନିକ ଭାବେ
ଦ୍ୱୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାର ସମ୍ବିଧାନର ବିଧିବ୍ୟବସ୍ଥାକୁ ଖୁଲମ୍ଖୁଲା ଉଲ୍ଲଙ୍ଘନ କରି
ନିର୍ବାଚିତ ଜନନେତାମାନଙ୍କୁ ଯେଉଁଭଳି ଭାବେ ସଖୀ କଣ୍ଢେଇ ସଜାଇବା ସହ ଅମଲାତନ୍ତ୍ରୀ ରାଜ ଚଳାଇଛନ୍ତି, ଏହା ଫଳରେ
ରାଜ୍ୟରେ ଆଜି ନିର୍ବାଚିତ ଜନନେତାମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି ଏବଂ ପ୍ରତିଟି କ୍ଷେତ୍ରରେ ମଧ୍ୟ ଦୁର୍ନୀତି ଓ
ଭ୍ରଷ୍ଟାଚାର ଅତିମାତ୍ରାରେ ବଢିଚାଲିଛି । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡିକୁ ପ୍ରକୃତ ହୀତାଧିକାରୀ ପାଇବାରେ
ବଂଚିତ ହେଉଛି ବୋଲି ମଂଚାସୀନ ମୁଖ୍ୟ ଅତିଥି ଶ୍ରୀମତୀ ପରିଡା କ୍ଷୋଭ ପ୍ରକାଶ କରିବା ସହ ପ୍ରକୃତ ହୀତାଧିକାରୀମାନଙ୍କ
ନିକଟରେ କିଭଳି ଭାବେ ଏହି ଯୋଜନାଗୁଡିକ ପହଁଚି ପାରିବ ଏବଂ ଜନସାଧାରଣଙ୍କ ନିକଟରେ ପ୍ରକୃତ ତଥ୍ୟ ଉପସ୍ଥାପନ
ହୋଇପାରିବ, ସେଥିପାଇଁ \”ବୁଥ୍ ଚାଲ ଅଭିଯାନ\’କୁ ସଶକ୍ତ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ
ଅତିଥି ଭାବେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଆଜିର ଦିନରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ଯୋଗୁଁ ନାରୀ
ଶକ୍ତି ବନ୍ଦନ ବିଲ୍ ପାରିତ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହି ବିଲ୍ ସମ୍ବନ୍ଧରେ ବିସ୍ତୃତ ଭାବେ ଉପସ୍ଥିତ
କାର୍ଯ୍ୟକର୍ତାଙ୍କୁ ଶ୍ରୀ ପାଣି ମାର୍ଗ ଦର୍ଶନ କରିଥିଲେ । ମଂଚାସୀନ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ
ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ଶତୃଘ୍ନ ଜେନା, ପୂର୍ବତନ ମନ୍ତ୍ରୀ ଅଞ୍ଜଳି
ବେହେରା, ଲୋକସଭା ପ୍ରବାସ ଯୋଜନ ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ
ମହାଳିକ କର୍ମଶାଳାରେ ଜିଲ୍ଲାର ବୁଥ୍ ସଂଗଠନ ବିଷୟରେ ବିସ୍ତୃତ ଭାବେ ଆଲୋଚନାରେ ଭାଗ ନେଇଥିଲେ । ଏଥି ସହିତ
ସପ୍ତାହ ବ୍ୟାପୀ ବୁଥ୍ ଅଭିଯାନରେ ମଣ୍ଡଳୱାରୀ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ଏବଂ ଆଗାମୀ ରବିବାର
୨୪ ତାରିଖରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ପ୍ରତିଟି ଶକ୍ତି କେନ୍ଦ୍ରରେ ପାଳନ ହେବ ବୋଲି ନିଷ୍ପତି
ନିଆଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃ ପ୍ରସାଦ ନନ୍ଦ, ସନାତନ
ବେହେରା, ଇତିଶ୍ରୀ ସାହୁ, ଶିବ ପ୍ରସାଦ ସାହୁ, ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରାସ ବିହାରୀ ବେହେରା, ରତିକାନ୍ତ ସାହୁ,
ସଂପାଦକ ସୁଶାନ୍ତ ପତି, ଯମୁନା ଟୁଡୁ, ଯଶସ୍ୱିନୀ ରାଉତ, ଅନିତା ଦାସ, ରୁନୁବାଳା ରାଉତ, ସରିତା ମହାପାତ୍ର, ଅବନି
ପଟ୍ଟନାୟକ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ, ଲୋକସଭା ପ୍ରବାସ ଯୋଜନା ବିସ୍ତାରକ
ଅମୃତ ସ୍ୱାଇଁ, ରାଜ୍ୟ ମହିଳା ମୋର୍ଚ୍ଚା ସ୍ୱଚ୍ଛ ଭାରତ ସଂଯୋଜିକା ରତ୍ନପ୍ରଭା ପଣ୍ଡା, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ
ଅଞ୍ଜନ ପାଣି, ସତ୍ୟ ରଞ୍ଜନ ଭୂୟାଁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏମ୍.ଜେ. ମହିମା, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା
ସ୍ୱାଇଁ, କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଏସ୍ଟି ମୋର୍ଚ୍ଚା ମଦନ ହେମ୍ବ୍ରମ୍,
ଏସ୍ସି ମୋର୍ଚ୍ଚା କରୁଣାକର ଦଳେଇ, ସଂଖ୍ୟାଲଘୁ ମୋର୍ଚ୍ଚା ଶେକ୍ ସଲ୍ଲାଉଦ୍ଦିନ୍, ସମସ୍ତ ବିଧାନସଭା ପ୍ରଭାରୀ, ସଂଯୋଜକ,
ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।