ଢେଙ୍କାନାଳ : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ “ଯୋଗ ” ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ
ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଉଦ୍ଘାଟନ ଓ ଉଦ୍ଯାପନ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଉଭୟ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ସମ୍ମାନିତ ଅତିଥି
ଭାବରେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ
କୁମାର ଧଳ ଓ ପ୍ରାଣବନ୍ଧୁ ସାହୁ ଯୋଗଦାନ କରିଥିଲେ । ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ରାଉତ “ଯୋଗ ” ଦ୍ୱାରା ଶାରୀରିକ,
ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ ଓ ଏହି “ଯୋଗ” ଦ୍ୱରା ଭାରତ ବିଶ୍ୱଗୁରୁ ହେବାର ଗୌରବ ଅର୍ଜନ କରିଛି ବୋଲି
ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ୮ ଗୋଟି ବ୍ଲକ୍ରୁ ଚୟନ ହୋଇ ଆସିଥିବା ସମସ୍ତ ଛାତ୍ରଛାତ୍ରୀମାନେ ବିଜେତା
ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । “ଯୋଗ” ଦ୍ୱାରା ଜଣେ ମାନବ ସୁସ୍ଥ, ନିରାମୟ ଓ ନିରୋଗ ଜୀବନ ଅତିବାହିତ କରିପାରିବ । ସଭାପତି ଶ୍ରୀ ପରିଡା ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଯୋଗିତାର ନିୟମ କାନୁନ୍ ଓ କୌଶଳ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିବା ସହିତ ରାଜ୍ୟ ଓ ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତା କେଉଁ ଜାଗାରେ ଅନୁଷ୍ଠିତ ହେବ ତା\ର ସୂଚନା ପ୍ରଦାନ କରିଥିଲେ ।
ଉଦ୍ଯାପନ ଉତ୍ସବ ଅପରାହ୍ନରେ ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଯୋଗ ପ୍ରତିଯୋଗିତା ପରିଚାଳନାର ମୁଖ୍ୟ ଥିଲେ ପ୍ରାଣବନ୍ଧୁ ସାହୁ । ସହଯୋଗୀ ବିଚାରକ ମାନେ ଥିଲେ ସୁଶିଲ୍ କୁମାରପଣ୍ଡା, ଅନିଲ୍ କୁମାର ନନ୍ଦ, ସୁବ୍ରତ ମିଶ୍ର, ଜୟନ୍ତୀ ବେହେରା, ପ୍ରୀତିପୁଷ୍ପା ପରିଡା, ହରପ୍ରିୟା ଦାସ ଓ ସରିତା ବିଶ୍ୱାଳ ।ଶେଷରେ ସୁଶିଲ୍ କୁମାର ପଣ୍ଡା ମଞ୍ଚାସୀନ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।