ଏକ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ଦୁଇଟି କଲରାପତରିଆ ବାଘ ଠାବ !

ଢେଙ୍କାନାଳ ଜିଲାର ଜଙ୍ଗଲରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବା
ଅନୁମାନ କରୁଛି ବନ ବିଭାଗ। ଆସନ୍ତା ଅଗଷ୍ଟରେ ବାଘ ଗଣନା
ରିପୋର୍ଟ ଆସିବାର ଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିର
ଖବର ଆଣପାରେ ବୋଲି କୁହାଯାଉଛି।

ଏ ସଂକ୍ରାନ୍ତରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତି , ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ଦୁଇଟି କଲରାପତରିଆ ବାଘ ଠାବ ହୋଇଛି।

ସୁରକ୍ଷା ଦୃଷ୍ଟିର ଉକ୍ତ ସଂରକ୍ଷିତ ଜଙ୍ଗଲର ନାମ ଗୋପନ
ରଖାଯାଇଛି। ଶିକାରୀଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଜଙ୍ଗଲ
ନାମ ପ୍ରକାଶ କରାଯାଇ ନାହିଁ। ଦୁଇଟି ଯାକ କଲରା ପତରିଆ ବାଘ ଶିକାର କରିବା ପାଇଁ ଉଦ୍ୟତ ହେଉଥବା ଫଟୋରୁ ଜଣାପଡିଛି।

ସୂଚନା ଥାଉକି ଜିଲ୍ଲାରେ ଏହା ପୂର୍ବରୁ ବାଘ ସଂଖ୍ୟା ୮ ଟି ରହିଥିଲା। କଙ୍କଡାହାଡ ବ୍ଲକ ରଞ୍ଜାଗଡ ସଂରକ୍ଷିତ ଜଙ୍ଗଲର ଏକୁଲ ସେକୁଲ ଅଞ୍ଚଳରୁ ଗତ ୨ବର୍ଷ ତଳେ ଦୁଇଟି ବାଘ ଶିକାର କରାଯାଇ ଏହାର ଛାଲ ଚୋରାଚାଲାଣ ହେଉଥିବା ବେଳେ ଦେଓଗା-ଁ କପଳାସି ରାସ୍ତାରୁ ବନବିଭାଗ ଜବତ କରିଥିଲା। ଏଥିରେ ଜଣେ ପ୍ରାଥମିକ ଶିକ୍ଷକଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.

ten + 10 =