ଗୁଡ଼ିଆନାଳୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଡମ୍ବରଧରୁ ମହାନ୍ତିଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟଜଳ କଳ ଉଦଘାଟିତ !

ଢେଙ୍କାନାଳ : ସହରସ୍ଥିତ ଗୁଡ଼ିଆନାଳୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଡମ୍ବରଧରୁ ମହାନ୍ତିଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟଜଳ କଳ ଉଦଘାଟିତ ହୋଇଯାଇଛି।

ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କଳକୁ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂଜା ପ୍ରତିଷ୍ଠାନ ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ସଞ୍ଜୀବ ଶତପଥୀ, ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ୪ନଂ ୱାର୍ଡ କାଉନସିଲର ଲିପିକା ଦାସ, ୩ନଂ ୱାର୍ଡ କାଉନସିଲର ଅଭିମନ୍ୟୁ ପଣ୍ଡା, ୨ନଂ ୱାର୍ଡ କାଉନସିଲର ଦୀପ୍ତୀ ରଞ୍ଜନ ସେଠୀ, ୧୩ନଂ କାଉନସିଲର ସାଗିର ମହମ୍ମଦଙ୍କ ସମେତ ଲଲାଟ ରଞ୍ଜନ ସାହୁ, ଜ୍ଞାନଚାନ୍ଦ ମିଶ୍ର, ଗଗନ ବିହାରୀପଣ୍ଡା, ଜିଲ୍ଲା ବିଜେଡି କୃଷକ ମୋର୍ଚା ସଭାପତି ନରୋତ୍ତମ ସାହୁ ଓ ଅନ୍ନଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 + 15 =