ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ପଞ୍ଚାୟତର ପାଟରା ସାହି ର ଅସହାୟ ବୃଦ୍ଧ ଦମ୍ପତି ବଙ୍କା ପେଣ୍ଠଇ (୯୫) ସ୍ତ୍ରୀ ଗୁରେଇ ପେଣ୍ଠଇ (୯୦) ଅସହାୟ ପରିସ୍ଥିତି ରହୁଅଛନ୍ତି । ବୟସର ଅପରାହ୍ନ ରେ ସରକାରୀ ଯୋଜନା ରେ ଆବାସ ଯୋଜନା ରେ ଘର ଟିଏ ନୋହିଲା । ଏପରି କରୁଣ ପରିସ୍ଥିତିରେ ରହୁଥିବା ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅସହାୟ ପରିବାର ଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଛନ୍ତି। ନିଜର ପ୍ରତିକ୍ରିୟାରେ କହିଥିଲେ, ଦୁଃଖ ଲାଗୁଛି ଏହି ପରିବାର ର କରୁଣ ଚିତ୍ର ଦେଖି ଦିନେ ଖାଇଲେ ଦିନେ ଉପବାସ ରହୁ ଅଛନ୍ତି ଏହି ଅସହାୟ ବୃଦ୍ଧ ବୃଦ୍ଧା । ପ୍ରଶାସନ ପକ୍ଷରୁ କେବଳ ଭତା ଆଉ ରାସନ ରାଉଳ ମିଳୁ ଅଛି,ରହିବା ପାଇଁ ଘର ଖଣ୍ଡିଏ ନାହିଁ। କଙ୍କଡାହାଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାର କୁ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର ଏବଂ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.

eighteen + nine =