କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ ଗ୍ରାମର କୃଷ୍ଣ ପ୍ରସାଦ ପାଟରା ଓ ବିଦ୍ୟୁତ ପ୍ରଭା ପାଟରା ଙ୍କ ଝିଅ l ଏଯାବତ ସେ ଖେଳ, ଦୁଃସାହାସିକ କ୍ରୀଡା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ୧୫୩ ଟି ପୁରସ୍କାର ପାଇଛନ୍ତି l ସେ ଏବେ ଯେଉଁ କିଲ୍ଲିମଞ୍ଜର ପର୍ବତ ଆରୋହଣ କରିବେ ତାହାର ଉଚ୍ଚତା ୧୯,୩୪୧ଫୁଟ l ଏହାପରେ ସେ ଋଷର ଏଲବୃଶ ପର୍ବତ ଆରୋହଣ କରିବା ପାଇଁ ଲକ୍ଷ ରଖିଛନ୍ତି l ସେ ନିଜର ଯାତ୍ରା ୧୪ ସେପ୍ଟେମ୍ବର ରୁ ଆରମ୍ଭ କରିବେ ଏବଂ ସେ ପାର୍ବତରୋହଣ କରି ସେପ୍ଟେମ୍ବର ୨୫ରେ  ଆସି ଓଡିଶାରେ ପଂହଁଚିବେ l  ସେ ନିଜର ଏହି ଯାତ୍ରା ଦ୍ୱାରା ମୁଖ୍ୟତଃ ୫ଟି ଜିନିଷ (ସଡ଼କ ସୁରକ୍ଷା, ରକ୍ତ ଦାନ, ବୃକ୍ଷରୋପଣ, ଗୀତ ଭାଗବତ ଓ ଅଙ୍ଗଦନ ) ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚାଁହୁଛନ୍ତି l ସେ ନିଜର ପାର୍ବତରୋହଣ ପାଇଁ ଇଛା ଓ ଅର୍ଥଭାବ ସମ୍ପର୍କରେ ୫ଟି ସଚିବ ଙ୍କୁ ଟୁଇଟ ମଧ୍ୟମରେ ଜଣାଇଥିଲେ l ଏହାପରେ ୫ଟି ସଚିବଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ତରଫରୁ ତାଙ୍କୁ ୨୫ହଜାର ଟଙ୍କାର ଅର୍ଥରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଆପତ୍ତିକାଳୀନ ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ଓ ଡେପୁଟି କଲେକ୍ଟର ଉପସ୍ଥିତ ଥିଲେ l

Leave A Reply

Your email address will not be published.

4 × 2 =