ଢେଙ୍କାନାଳ: ଚଳିତ ବର୍ଷ ୨୦୨୩ ନିମନ୍ତେ ରାଧାକୃଷ୍ଣ ବଜାର ଢେଙ୍କାନାଳ ଶ୍ରୀ ସ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ତିଷ୍ଠାନ ତରଫରୁ ଶ୍ରୀ ଗଣେଶଙ୍କର ମୃଣ୍ମୟୀ ମୂର୍ତୀ ନିର୍ମାଣ ହେତୁ ମୃତିକା ସଂଗ୍ରହ ନିମନ୍ତେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ରାଧାକୃଷ୍ଣ ବଜାରରୁ ଆରମ୍ଭ ହୋଇ ବ୍ରାହ୍ମଣୀ ନଦୀ ନିକଟରେ ପହଁଚିଥିଲା ଏବଂ ଆମ୍ଭ ହିନ୍ଦୁ ପୂଜା ବିଧି ସହ ଶଂଖ, ଢୋଲ, ଗିନି ।ରମ୍ପରିକ ବାଦ୍ୟରେ କୀର୍ତନ ମଣ୍ଡଳୀଙ୍କ ସହ କର୍ତା ଗୋବିନ୍ଦ ଶଣ୍ଢ ଏବଂ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏକ ଆଧ୍ୟାତ୍ମିକ ପରିବେଶରେ ମୃତିକା ସଂଗ୍ରହ କରାଯାଇଥିଲା । ଏହି ଶୋଭାଯାତ୍ରାରେ ସଭାପତି ବିଶ୍ୱରଂଜନ ଓଝା ଏବଂ ସମସ୍ତ କମିଟି ବୃନ୍ଦ, ସଭ୍ୟବୃନ୍ଦ ଏବଂ ବରିଷ୍ଠ ବ୍ୟକ୍ତି ଯୋଗଦାନ କରିଥିଲେ । ପରିଶେଷରେ ଶାନ୍ତିଶୃଙ୍ଖଳା ଏବଂ ଭାଇଚାରାରେ ଏକ ସୁପରିବେଶରେ ମୃତିକା ସଂଗ୍ରହ କାର୍ଯ୍ୟ ସମାନ ହୋଇଥିଲା ।