ବରିଷ୍ଠ ନାଗରିକଙ୍କୁ ସ୍ୱଗୃହରେ ସମ୍ବର୍ଦ୍ଧନା !

ଢେଙ୍କାନାଳ : ଢେଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ କାର୍ଯ୍ୟନିର୍ବାହୀ ସମିତିର ବର୍ଷିୟାନ ସଦସ୍ୟ ନାରାୟଣ ଶତପଥୀଙ୍କୁ ତାଙ୍କର କୁଞ୍ଜକାନ୍ତସ୍ଥ ବାସଭବନରେ ମଂଚ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ପୂର୍ବତନଉପଦେଷ୍ଟା ଜାନକୀ ବଲ୍ଲଭ ପଟ୍ଟନାୟକ, ସାଧାରଣ ସଂପାଦକ କୃଷ୍ଣ ମୋହନ ସାହୁ, ଯୁଗ୍ମ ସଂପାଦକ ବୈକୁଣ୍ଠ ନାଥ ବେହେରା, କୋଷାଧ୍ୟକ୍ଷପୂର୍ଣ୍ଣଚନ୍ଦ୍ର ଶତପଥୀ ଏବଂ ସଦସ୍ୟ ବଳଭଦ୍ର ବେହେରା ସାକ୍ଷାତ ଆଲୋଚନା କରିଥିଲେ । ନାରାୟଣ ଶତପଥୀ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗ ଏବଂ ଦୁର୍ଘଟଣାଗ୍ରସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି । ଦୁଇ ପୁତ୍ରଙ୍କର ଅକାଳ ବିୟୋଗରେ ସେ ଅତ୍ୟନ୍ତ ମ୍ରିୟମାଣ, ବିଷାଦଗ୍ରସ୍ଥଏବଂ ମାନସିକ ଦୁଃଶ୍ଚିନ୍ତାରେ କାଳାତିପାତ କରୁଛନ୍ତି । ଦୀର୍ଘସମୟ ଆଳାପ ଆଲୋଚନାରେ ବିସାଦଗ୍ରସ୍ଥ ଶତପଥୀ କେବଳ ନୀରବ ଦୁଃଖ
ପ୍ରକାଶ କରିବା ବ୍ୟତୀରେକ ଅନ୍ୟକିଛି କହିପାରୁ ନଥିଲେ । କୋହଭରା ଶତପଥୀଙ୍କୁ ସ୍ୱଚକ୍ଷରେ ନଦେଖିଲେ ଜଣେ ଏପରି ବଂଚିଛନ୍ତି,ବୋଲି ବିଶ୍ୱାସ କରି ହେବ ନାହିଁ । ମଂଚ ତରଫରୁ ଶତପଥୀଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଂଚ କର୍ମକର୍ତାମାନେ ସମ୍ବର୍ଦ୍ଧିତକରିଥିଲେ । ଶ୍ରୀ ଶତପଥୀଙ୍କ ପରିବାର ସହ ଆଳାପ ଆଲୋଚନା କରି ସାନ୍ତ୍ୱନା ଦେବା ସହ ମଂଚ କର୍ମକର୍ତାମାନେ ପ୍ରତ୍ୟାବର୍ତନ କରିଥିଲେ ।

Leave A Reply

Your email address will not be published.

four × 2 =