ଢ଼େଙ୍କାନାଳ : “ମୋ ମାଟି ମୋ ଦେଶ” ମାଟିକୁ ନମନ, ବୀରଙ୍କୁ ବନ୍ଦନ ,ଭାରତ ମାଟିର ସହିଦ୍ ବୀର ଯବାନ ମାନଙ୍କ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ନିମନ୍ତେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭାରତର ସହିଦ୍ ମାନଙ୍କ ଘରୁ ଏବଂ ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ନେହୁରୁ ଯୁବ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଭୂତି ପ୍ରଧାନ ଏବଂ ଅଁଳାବେରେଣୀ ପଞ୍ଚାୟତର ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ସହ ଯୋଗ କରିଥିଲେ । ନୂଆ ଅଁଳାବେରେଣୀ ର ମା’ ବ୍ରାହ୍ମଣୀ ଦେବୀ ଯୁବକ ସଂଘ ର ସୂର୍ଯ୍ୟ କାନ୍ତ ବେହେରା, ଦୁଷ୍ମନ୍ତ ସାହୁ, ବିଜୟ ସାହୁ,ନିହାର ରଞ୍ଜନ ସାହୁ, ସତ୍ୟବ୍ରତ ବେହେରା, ବିନୋଦ ସାହୁ, ସନ୍ଦିପ୍ତି ସାହୁ,ସୁରେନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ଦେହୁରୀ,ଆକାଶ ସାହୁପ୍ରମୁଖ ଯୋଗ ଦେଇଥିଲେ ।