ଗରିବଙ୍କୁ ଭଣ୍ଡାଇ ଧନୀଙ୍କୁ ଦେଲେ , ଅବନ୍ତୀଙ୍କୁ ମିଳିବ କଣ ସେ ମଲେ ..
ଢ଼େଙ୍କାନାଳ :ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପକ୍ଷରୁ ଗରିବ ଅସହାୟ ବାସହୀନ ପରିବାରଙ୍କୁ ପକ୍କାଘର ଯୋଗାଇଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି | ରାଜ୍ୟର ଗରିବ ବାସହୀନ ଏବଂ ଚାଳଛପର ଘରେ ରହୁଥିବା ଲୋକ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ବିଜୁପକ୍କା ଘର, ମୋ କୁଡ଼ିଆ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକରି ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ କରାଯାଇ ଥାଏ | ଏଥିପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀ ଚୟନ ନିମନ୍ତେ ରହିଛି ମାନଦଣ୍ଡ | ଏହା ସହିତ ଜିଲ୍ଲପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟର ସୁପାରିଶ କ୍ରମେ ଆସିଥବା ନାମ ଗୁଡିକୁ ହିତାଧିକାରୀ ଚୟନ ତାଲିକାରେ ସ୍ଥାନ ପାଇଥାଏ | ତେବେ ଏହି ତାଲିକାରେ ଥିବା ନାମ ପରିବର୍ତନ କରାଯାଉଥିବା ଅଭିଯୋଗ ହୋଇଆସୁଛି | ଯାହାର ଜ୍ୱଳନ୍ତ ଉଦାହରଣ ହୋଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜିରାଳ ପଞ୍ଚାୟତ | ଏହି ପଂଚାୟତ ଅନ୍ତର୍ଗତ ଜିରାଳ ଗ୍ରାମ ର ଚନ୍ଦ୍ରଶେଖର ପଣ୍ଡା ଫନି ବାତ୍ୟା କୋଟା ରେ ଘର ପାଇବେ ବୋଲି ତାଲିକାରେ ନାମ ଥଲା | ପାଇଲେ ନାହିଁ | ଚନ୍ଦ୍ର ଶେଖର ଙ୍କ ମୁର୍ତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ଅବନ୍ତୀ ପଣ୍ଡା ଙ୍କ ନାମ ରେ ୨୦୧୮ ମସିହାରୁ ତାଲିକା ରେ ନାମ ଝୁଲୁଛି | ୨୦୨୩ ରେ ମଧ୍ୟ୍ୟ ପଞ୍ଚାୟତ କାନ୍ଥ ରେ ତାଲିକା ରେ ନାମ ଥିଲା | ବ୍ଲକ ପକ୍ଷରୁ ୨ ଥର ତଦନ୍ତ ପରେ ଅବନ୍ତୀ ଙ୍କ ନାମ କୁ କାଟିଦିଆଯାଇଛି | ଅବନ୍ତୀ ପଣ୍ଡା କୁହନ୍ତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର କୋଠା ଘର ସହ ଗାଡି ମଟର ଅଛି ସେମାନଙ୍କୁ ଘର ମିଳୁଛି | ଆମେ ଗରିବ କାହାକୁ ତ କିଛି ଦେଇ ପାରିବୁନି ତେଣୁ ଆମେ ଘର ପାଇବୁ ବା କିପରି ?? ଆମେ କଣ ପରିବାର ସାରା ମଲେ ମିଳିବ ଘର |
ଏନେଇ ଜିରାଳ ୩ ନମ୍ବର ୱାର୍ଡ ସଭ୍ୟ ଅମୀୟ କୁମାର ମହାନ୍ତି କୁହନ୍ତି ଅବନ୍ତୀ ପଣ୍ଡା ମୋ ୱାର୍ଡ ର ଜଣେ ସର୍ବାଧିକ ଗରିବ ଲୋକ | ତାଙ୍କ ର ଭଙ୍ଗା ଟାଇଲି ଛପର ଘର ରହିବା ଉପଯୋଗୀ ନୁହେଁ | ଫଳରେ ବାଧ୍ୟ ହୋଇ ଜ୍ୱାଇଁ ଙ୍କ ଘରେ ଆଶ୍ରୟ ନେଇଛନ୍ତି |
ସରପଞ୍ଚ ଉଦୟନାଥ ଲେଙ୍କା କୁହନ୍ତି ଅବନ୍ତୀ ପଣ୍ଡା ଜଣେ ଗରିବ ଲୋକ | ତାଙ୍କ ନାମ ତାଲିକା ଥିଲା | ତଦନ୍ତ ସମୟରେ ଲୋକ ପ୍ରତିନିଧି ଙ୍କୁ ଦୁରେଇ ରଖାଯିବାରୁ ତଦନ୍ତ ପ୍ରକ୍ରିୟା ସନ୍ଦେହାତ୍ମକ ଲାଗୁଛି | ସରକାରଙ୍କ ପ୍ରକୃତ ହିତାଧିକାରୀ ବଂଚିତ ହେଉଛନ୍ତି |
Prev Post