ବଜରଙ୍ଗ କ୍ଲବ୍ ପକ୍ଷରୁ ଚୋରା ଚାଲାଣ ଗାଈ ଜବତ : ୫ ପିକ୍‌-ଅପ୍ ଭ୍ୟାନ୍ ୪୦ରୁ ଉର୍ଦ୍ଧ୍ୱ ଗାଈ ଜବତ !


ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଗାଈ ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ବାରମ୍ବାର ହେଉଅଛି । ଗାଈ
ଚୋରା ଚାଲାଣରେ ଏକ ବଡ ରାକେଟ କାମ କରୁଥିବାର ଅଭିଯୋଗ ସ୍ୱେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ୍ ତରଫରୁ ଜିଲ୍ଲା
ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ନିକଟରେ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସଦର ଏସ୍‌.ଡି.ପି.ଓଙ୍କ ନେତୃତ୍ୱରେ ଟାଉନ୍ ଥାନାର ୪ଜଣ ସବ୍‌ଇନିସ୍‌ପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଟନ କରାଯାଇଥିଲା । ବିଳମ୍ବିତ ରାତ୍ରିରେ ବଜରଙ୍ଗ କ୍ଲବ୍ ସଦସ୍ୟଙ୍କ ଠାରୁ ଗାଈ ଚୋରା ଚାଲାଣ ସମ୍ପର୍କିତ ସୂଚନା ପାଇ ସ୍ୱତନ୍ତ୍ର ଟିମ୍ ଏବଂ କ୍ଲବ୍‌ର ୨୦ରୁ ଉର୍ଦ୍ଧ୍ୱ ସଭ୍ୟ ଗାଈ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ପ୍ରଥମେ ଗାଈ ବୋଝେଇ ଏକ ପିକ୍‌-ଅପ୍ ଭ୍ୟାନ୍‌କୁ ବାଇପାସ୍ ରାସ୍ତାର ନିରୁପମା ହୋଟେଲ୍ ପାଖରୁ ଧରିବା ପରେ ଅନ୍ୟ ଏକ ଗାଈ ବୋଝେଇ ପିକ୍‌-ଅପ୍ ଭ୍ୟାନ୍‌କୁ କଂଟାନାଳୀ ଠାରେ ଧରିଥିଲେ । କ୍ଲବ୍ ସଦସ୍ୟଙ୍କ ସୂଚନା ଆଧାରରେ ସଦର ବ୍ଲକ୍ କଙ୍କଡାହାଡ ପଂଚାୟତ ସାରିଅଁ ତାରିଣୀ ମନ୍ଦିର ନିକଟରୁ ୨ଟି ଓ କଙ୍କଡାହାଡ ଗ୍ରାମରୁ ଗୋଟିଏ ଗୋରୁ ବୋଝେଇ ପିକ୍‌-ଅପ୍ ଭ୍ୟାନ୍ ଜବତ କରାଯାଇଥିଲା । ଚଢଉ ସମୟରେ ଗାଡିର ଡ୍ରାଇଭର ଏବଂ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଗାଡି ଛାଡି ଫେରାର ହୋଇଯାଇଥିବାବେଳେ ଦୁଇଜଣଙ୍କୁ ପୋଲିସ୍‌ ଗିରଫ କରିଛି । ୫ଟି ଗାଡିରୁ ଜବତ ହୋଇଥିବା ୧୯ଟି ଗାଇକୁ କାଇମାଟି ଗୋଶାଳାରେ ଛଡାଯାଇଥିବା ବେଳେ ଅନ୍ୟ ଗାଇ ଗୁଡିକ କିଛି ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଚଢଉରେ ସଦର ଏସ୍‌.ଡି.ପି.ଓ. ବିଭୁତି ପ୍ରଧାନ ଟାଉନ୍ ଥାନା ସବ￾ଇନିସ୍ପେକ୍ଟର ସାନ୍ତନୁ କୁମାର ପ୍ରଧାନ, ସୌଭାଗ୍ୟ ପାଣି, ଘନିଷ୍ଟ କୁମାର ମହନ୍ତଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀଙ୍କୁ ନେଇ
୧୫ଜଣିଆ ଟିମ୍ କରାଯାଇଥିଲା । ଏହି ଚଢାଉ ବେଳେ ବଜରଙ୍ଗ କ୍ଲବ୍‌ର ସଞ୍ଜିବ ପଣ୍ଡା, ପ୍ରିତମ୍ ମହାନ୍ତି, ଜ୍ୟୋତି ପ୍ରକାଶବେହେରା, ଅଶ୍ୱିନୀ ବେହେରା, ସଞ୍ଜୟ କୁମାର ବେହେରା, ବିଶ୍ୱଜିତ୍ ବେହେରା, ଜିତେନ୍ଦ୍ର ବେହେରା, ଜ୍ୟୋତି ରଞ୍ଜନ ସେଠୀ, ଜ୍ୟୋତି ରଞ୍ଜନ ବେହେରା, ପିଂଟୁ ବେହେରା, ସୁନିଲ୍ ପଣ୍ଡା, ବାଦଲ ବେହେରା ଓ ଅଜିତ୍ ଦେହୁରୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ସଦସ୍ୟ ସାମିଲ୍ ଥିଲେ ।

Leave A Reply

Your email address will not be published.

3 + seven =