ଢ଼େଙ୍କାନାଳ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଚନ୍ଦ୍ରଯାନ-୩ ଲ୍ୟାଣ୍ଡର କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନିରାପଦ ଅବତରଣ କରି ଇତିହାସ ରହିଛି । ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୂରେ ଅବତରଣ କରିଛି ଭାରତ । ଏଥି ପାଇଁ ସାରା ବିଶ୍ବରୁ ଅଭିନନ୍ଦନ ଓ ପ୍ରଶଂସା ର ସୁଅ ଛୁଟିଛି। ସବୁରି ମୁହଁରେ ଭାରତୀୟ ବୈଜ୍ଞାନିକ ଙ୍କ ପ୍ରଶଂସା । ଚନ୍ଦ୍ରଯାନ -୩ ର ସଫଳତା ପାଇଁ ଯେଉଁ ବୈଜ୍ଞାନିକ ମାନେ ମଙ୍ଗ ଧରିଥିଲେ ସେଥିମଧ୍ୟରୁ ଡ. ଶରତ ଦାଶ ଅନ୍ୟତମ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାଶ ଓ ସୁଲୋଚନା ଦାଶ ଙ୍କ ବଡ଼ ପୁଅ ହେଉଛନ୍ତି ଶରତ ଦାଶ। ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ। ତାଙ୍କ ବାପା ଗୋବିନ୍ଦ ଚନ୍ଦ୍ର ଦାଶ କୋଇଲା ଖଣି ର ପଦସ୍ଥ ଅଧିକାରୀ ଭାବେ ଏବେ ତାଳଚେର ଅଧିବାସୀ । ଚନ୍ଦ୍ରଯାନ -୩ ଟିମ୍ ଡ.ଶରତ ଦାଶ ଭୁବନ କୁ ଗୌରବ ଆଣି ଦେଇଥିବାରୁ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ସାଂସଦ ମହେଶ ସାହୁ ଙ୍କ ସମେତ ବିଭିନ୍ନ ମହଲ ରୁ ଶରତ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।