କଂଗ୍ରେସ ତରଫରୁ ବ୍ଲକ ଘେରାଉ” ବିଜେଡି ବିଜେପି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ବ ” !

ଢ଼େଙ୍କାନାଳ: ବ୍ୟାପକ ପି ସି କାରବାର, ଅହେତୁକ ଦର ଦାମ ବୃଦ୍ଧି,ବେରୋଜଗାର , ବିଦ୍ୟୁତ କାଟ, ଟାଟା ପାୱାର ର ବିଦ୍ୟୁତ ଉପଭୋକ୍ତା ଙ୍କୁ ଶୋଷଣ ଓ ଜୁଲମ ପ୍ରତିବାଦ ରେ ଭୁବନ ବ୍ଲକ କଂଗ୍ରେସ ତରଫରୁ ଆଜି ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଭାଗିରଥି ଜେନା ଙ୍କ ନେତୃତ୍ୱରେ ଜିଲ୍ଲା କିସାନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ବିପ୍ରବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି – ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ୨୦୦୯ ମସିହା ରେ ଓଡ଼ିଶା ରେ ମେଣ୍ଟ ଭାଙ୍ଗି ଯାଇଥିଲେ ହେଁ ୨୦୧୪ ରୁ ଅଦ୍ୟାବଧି ଉଭୟ ଦଳ ମଧ୍ୟରେ ଅଘୋଷିତ ତଥା ଅସାଧୁ ମେଣ୍ଟ ରହିଛି । ଯେଉଁଥି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଲ୍ କୁ ବିଜେଡି ଆଖିବୁଜି ସମର୍ଥନ ଦେଉଛି । କେନ୍ଦ୍ରରେ ନରେନ୍ଦ୍ର, ରାଜ୍ୟରେ ନବୀନ ଏହି ଦୁଇ ଦଳର ନୀତି,ଆଦର୍ଶ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ କାଳୀ ବଜାର ଠାରୁ କଂଗ୍ରେସ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ଆସି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଭୁବନ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.

twelve − 7 =