*** ଖୋଲା ଚିଠି***

ମାନନୀୟ ଜିଲ୍ଲାପାଳ, ଢେ଼ଙ୍କାନାଳ

ମହାଶୟ,

ନିବେଦନ ର କାରଣ ଏହିକି ଏବେ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ପବିତ୍ର ପୀଠ ରେ କିଛିଦିନ ଧରି ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି। ଆମ୍ଭେ ଏ ବାବଦ ରେ ଜିଲ୍ଲା ପ୍ରଶାସନ ର ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ତାହାର କୌଣସି ସୁଫଳ ମିଳି ପାରୁନାହିଁ । ପ୍ରଶାସନ ର ନିର୍ଦ୍ଦେଶ କୁ ବେ ଖାତିର କରି କିଛି ଅସାଧୁ ବ୍ୟକ୍ତି ଦେବୋତ୍ତର ବିଭାଗ ର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ସହ ସାମିଲ ହୋଇ କପିଳାସ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ବ୍ୟାପକ ଆର୍ଥିକ ଶୋଷଣ କରି ଆସୁଛନ୍ତି ଯାହା ଦ୍ଵାରା ପୀଠ ର ସୁନାମ ରେ ବ୍ୟାପକ ଆଞ୍ଚ ଆସୁଛି । ଏଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଆମ୍ଭେ ଆମର ନିମ୍ନୋକ୍ତ ଦାବି କୁ ଉପସ୍ଥାପନ କରୁଛୁ ।

୧- କପିଳାସ ପୀଠ କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଙ୍କ ଠାରୁ ଆର୍ଥିକ ଶୋଷଣ ବନ୍ଦ୍ ହେଉ ।
ଦେବୋତ୍ତର ଦ୍ଵାର ନିଲାମ କରାଯାଉଥିବା ବିଭିନ୍ନ ସ ଇ ରା ତ ଗୁଡ଼ିକର ଖାଉଟି ଦର ଧାର୍ଯ୍ୟ ହୋଇ ସର୍ବସାଧାରଣ ଙ୍କ ପାଇଁ “ଦର ତାଲିକା” ପ୍ରତି
ସଇରାତ ରେ ଲଗା ଯାଉ ।
୨- କପିଳାସ ପୀଠ ରେ ଥିବା ଚାରି ଚକିଆ ଯାନ ପାଇଁ ଉଦ୍ଦିଷ୍ଟ ଟୋଲ ଗେଟ୍ ଟି ପୁରୁଣା ବିଟ ହାଉସ ନିକଟକୁ ସ୍ଥାନାନ୍ତରିତ ହେଉ।
ଟୋଲଗେଟ୍ ଟି ଈଲୋଟ୍ରୋନିକ ଗେଟ୍ ରେ ପରିଣତ ହେଉ ଓ ଯେଉଁ ଯାନ ଗୁଡିକ କପିଳାସ ମନ୍ଦିର କୁ ଯିବ ସେଗୁଡିକ ରୁ କେବଳ ଟୋଲ ଫିସ ଆଦାୟ ହେଉ ।
୩- ଟୋଲ ଗେଟ୍ ସାଙ୍ଗରେ ଥିବା ପାର୍କିଂ ବ୍ୟବସ୍ଥା କୁ ପୃଥକ୍ କରାଯାଇ ଯେଉଁ ଗାଡି ପାର୍କିଂ ରେ ରହିବ ସେମାନେ କେବଳ ପାର୍କିଂ ଫିସ ଦେବାର ବ୍ୟବସ୍ଥା ହେଉ।
୪- ମୋଟର ସାଇକେଲ ଆରୋହୀ ଙ୍କ ଠାରୁ PWD ରାସ୍ତା ରୁ ଗାଡି ଅଟକାଇ ଟୋଲ ଫିସ ଆଦାୟ ସମ୍ପୂର୍ଣ ବନ୍ଦ୍ ହେଉ ।
ଯେଉଁ ଦୁଇ ଚକିଆ ଯାନ ” ଶିଖ ତଳ ପାର୍କିଂ ଷ୍ଟାଣ୍ଡ” ରେ ଗାଡି ରଖି କପିଳାସ ଦର୍ଶନ ପାଇଁ ଯିବେ ସେମାନଙ୍କ ଠାରୁ ଆବଶ୍ୟକୀୟ ଦେୟ ରଖାଯାଉ ।
୫- ମନ୍ଦିର ର ପବିତ୍ରତା ରକ୍ଷା ପାଇଁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ କପିଳାସ ମୁଖ୍ୟ ଫାଟକ ଠାରୁ ପାହାଚ ରାସ୍ତା ( ବଡ଼ଦାଣ୍ଡ)ପର୍ଯ୍ୟନ୍ତ ଆମିଷ ହୋଟେଲ କିମ୍ବା ଆମିଷ ଭୋଜି କୁ ସମ୍ପୂର୍ଣ ବନ୍ଦ୍ କରାଯାଉ।
୬- କପିଳାସ ମନ୍ଦିର ର ନୀତି କାନ୍ତି ଓ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା ପାଇଁ ଏକ ଢେ଼ଙ୍କାନାଳ ର ବୁଦ୍ଧିଜୀବୀ ଓ ସ୍ଥାନୀୟ ବ୍ୟକ୍ତି / ଲୋକ ପ୍ରତିନିଧି ଙ୍କୁ ନେଇ ପୂର୍ବ ଭଳି ଏକ” ପରାମର୍ଶ ଦାତା କମିଟି” ଗଠନ ହେଉ।
ତାହାର ବୈଠକ ପ୍ରତି ତିନି ମାସରେ ଥରେ କରାଯାଉ।
୭- କପିଳାସ ମନ୍ଦିର ଓ ଠାକୁର ଙ୍କ ସ୍ଥାବର ଓ ଅସ୍ତାବର ସମ୍ପତି ର ରକ୍ଷଣା ବେକ୍ଷଣ ପାଇଁ ଜନୈକ ପୂର୍ଣ୍ଣ କାଳୀନ ପ୍ରଶାସନିକ ଅଧିକାରୀ ନିଯୁକ୍ତି ହୁଅନ୍ତୁ ।ଯେଉଁ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ପାଇଁ ପୀଠ ରେ ଅବ୍ୟବସ୍ଥା ଦେଖା ଦେଇଛି ତାଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଉ ।
୮- ଠାକୁର ଙ୍କ ର ବେଦଖଲ୍ ହୋଇଥିବା ଭୁ ସମ୍ପତି କୁ ଠାକୁର ଙ୍କ ଅଧୀନ କୁ ଅଣାଯାଇ ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ହେଉ।
୯- ଦୀର୍ଘଦିନ ଧରି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ର ସେବା କରିଆସୁଥିବା ସ୍ଥାନୀୟ ବ୍ରାହ୍ମଣ ମାନଙ୍କୁ ଯେପରି ଅନ୍ୟାୟ ଭାବରେ କାର୍ଯ୍ୟ ରୁ ଅନ୍ତର କରାଯାଇଛି ତାହା ପ୍ରତ୍ୟାହାର କରି ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ।
୧୦- କପିଳାସ ରେ ଶ୍ରୀ ଜୀଉ ଙ୍କ ସେବାପୂଜା କରୁଥିବା ସେବାୟତ ମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ ପରିବାର କୁ ବୀମାଭୁକ୍ତ କରାଯାଉ ।
ଦୀର୍ଘଦିନ ଧରି ଶ୍ରୀ ଜୀଉ ଙ୍କ ର ସେବାପୂଜା କରି ବାର୍ଦ୍ଧକ୍ୟ ରେ ଉପନୀତ” ସେବାୟତ” ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ ।
୧୧- ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ର ବିଭିନ୍ନ
ସ ଇ ରା ତ ରୁ ଆୟ ଅର୍ଥ କୁ ସ୍ଥାନୀୟ ଇଉକୋ ବ୍ୟାଙ୍କ୍ ରେ ଗଚ୍ଛିତ ହେଉ ଓ ଠାକୁର ଙ୍କ ନାମରେ ଥିବା ସ୍ଥାୟୀ ଜମା ଗୁଡ଼ିକୁ ବିଭିନ୍ନ ଘରୋଇ ବ୍ୟାଙ୍କ୍ ରୁ ଅଣାଯାଇ ଦେଓଗାଁ ଇଉକୋ ବ୍ୟାଙ୍କ୍(UCO Bank) ରେ ଜମା କରାଯାଉ।
ଏହି ୧୧ଦଫା ସମ୍ବଳିତ ଦାବି କୁ ସହୃଦୟତା ର ସହ ବିଚାର କୁ ନେବାକୁ ମୁଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରୁଅଛି । ଯଦି ପ୍ରଶାସନ ଏହାର ସମାଧାନ ନକରନ୍ତି ତେବେ ମୁଁ ଆସନ୍ତା ୨୫.୦୮ ୨୦୨୩ ରିଖ ଠାରୁ ଦାବି ହାସଲ ହେବା ପର୍ଯ୍ୟନ୍ତ କପିଳାସ ମୁଖ୍ୟ ଫାଟକ ନିକଟରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ଅନଶନ ରେ ବସିବି ।
ଇତି
ନବୀନ ନନ୍ଦ, ପୂର୍ବତନ ବିଧାୟକ
ଗନ୍ଦିଆ ଓ ଢେ଼ଙ୍କାନାଳ
ଆବାହକ: ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ।
ଫୋନ : ୮୨୪୯୪୩୪୪୦୬.

Leave A Reply

Your email address will not be published.

one × five =