“ମୋ ଗାଁ ମୋ ସମ୍ମାନ” ଅଭିଯାନ ମାଧ୍ୟମ ରେ ଶଵ କୁ ମିଳିଲା ଶେଷ ସମ୍ମାନ : ସାମାଜିକ ଵାସନ୍ଦ ମୃତ ମହିଳା ଙ୍କର ଜନ ମଙ୍ଗଳ (ରାସୋଳ) ଦ୍ଵାରା ଶେଷକୃତ୍ୟ ସମ୍ପର୍ଣ୍ଣ !
ଢ଼େଙ୍କାନାଳ : ମଣିଷ ଜଗତ ଭିତରେ ସର୍ବଶ୍ରେଷ୍ଠ ସାମାଜିକ ପ୍ରାଣୀ।ଆଜି କିନ୍ତୁ ଭୁଲ ପ୍ରମାଣିତ ହୋଇଛି ପ୍ରତି ଟି କ୍ଷେତ୍ର ରେ,ମାନଵିକତା ହଜି ଯାଉଛି ମଣିଷ ପାଖରେ।ସେମିତି ଏକ ଅଭାବନୀୟ ଘଟଣା ଅଦ୍ୟ ତା ୧୯/୦୮/୨୦୨୩ରିଖ ଶନିବାର ଦିନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ସେଵକ ସୁଦାମ ସେଠୀ ସକାଳ ୭ଘଟିକା ସମୟ ରେ ସୂଚନା ପ୍ରଦାନ କରିଥିଲେ।
ଘଟଣା କ୍ରମେ ଲକ୍ଷ୍ମୀ ପୃଷ୍ଟି(୩୮),ପିତା ଜଗଵନ୍ଧୁ ସାହୁ,ଗ୍ରାମ-ନାଉକିଆରୀ, ଥାନା-ରାସୋଳ,ଗତକାଲି ୧୮/୦୮/୨୦୨୩ ଶୁକ୍ରବାର ରାତି ସାଢେ ଦଶ ଘଟିକା ସମୟ ରେ ମୃତ୍ୟୁ ଵରଣ କରିଥିଲେ।ଆଜି ଭଳି ଆଧୁନିକ ସଭ୍ୟ ଯୁଗ ରେ ଝିଅ କେତକୀ(ଛଦ୍ମ ନାମ) ଅନ୍ୟ ଜାତି ରେ ବିଵାହ କାରଣ ରୁ ସମାଜ ରୁ ଵାସନ୍ଦ ହୋଇଥିବା ବେଳେ ମହିଳାଙ୍କର ମୃତ ଶରୀର ପ୍ରାୟ ୨୧ ଘଣ୍ଟା ରୁ ଉର୍ଦ୍ଧ୍ଵ ସକାଳ ୮ ଘଟିକା ପର୍ଯ୍ୟନ୍ତ ନିଜସ୍ବ ଵାସ ଗୃହ ରେ ପଡି ରହିଥିବା ନିହାତି ସଭ୍ୟ ସମାଜ ପ୍ରତି ଅତି ଲଜ୍ୟାଜନକ। ଦୁଃଖ ର ଵିଷୟ ଏହିକି ଯେ ସାହି ଭାଇ ଅଵା ସମାଜ ରୁ କେହି ଜଣେ ଶବ ସଂସ୍କାର ପାଇଁ ଲେସ ମାତ୍ର ଚେଷ୍ଟା କରିନଥିଲେ ଅବା କରିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ।
ଅତଏବ ସଂଗଠନ ତରଫ ରୁ ତ୍ବରିତ୍ ପଦକ୍ଷେପ ପୂର୍ଵକ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ଗ୍ରାମ ର ସରପଞ୍ଚ ଦିବାକର ନାଏକ ଓ ପ୍ରତିଷ୍ଠାତା ଵିଭୁ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ସହ ସଂଯୋଜକ ଚନ୍ଦନ ସାହୁ,ସେବକ ସୁଦାମ ସେଠୀ,ସିପୁନ ସାହୁ,ପ୍ରକାଶ ସାହୁ(ଖନା),ସୁବ୍ରତ ବିଶ୍ଵାଳ ଭାଇ ତଥା ହାତ ଗଣତି ଏନ.ସି.ସି କ୍ଲଵ ର କିଛି ସହୃଦୟ ଯୁଵକ ମାନଙ୍କର ସହାୟତା ରେ ତଥା ସଂଗଠନ ଦାୟିତ୍ଵ ରେ ଥିଵା ଶାନ୍ତିଧାମ ଯାନ ରେ ନିଶୁଳ୍କ ସେବା ପ୍ରଦାନ ପୂର୍ବକ ନାଉକିଆରୀ ସମାଧୀ ସ୍ଥଳ କୁ ନିଆଯାଇ,ମୃତା ମହିଳା ଙ୍କର ସ୍ଵାମୀ ରାଜ କିଶୋର ପୃଷ୍ଟି ଙ୍କ କହିବା ଅନୁସାରେ ମହିମା ଧର୍ମୀ ହୋଇ ଥିବାରୁ ତାଙ୍କୁ ଦାହ କରା ନଯାଇ ମାଟି ଖୋଳି ସମ୍ମାନ ର ସହ ସମାଧିସ୍ଥ କରି ଶେଷ କୃତ୍ୟ ସମ୍ପର୍ଣ୍ନ କରା ଯାଇ ଅମର ମହାନ ଆତ୍ମା ର ସଦଗତି ନିମିତ୍ତ ଶ୍ରୀଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା ପୂର୍ଵକ ଭାଵପୂର୍ଣ୍ନ ଶ୍ରଦ୍ଧାଞ୍ଜଳି ଞାପନ କରାଯାଇଛି।
ଏତାଦୃଶ ସେବା କାର୍ଯ୍ୟ ରେ ପରିଵାରଵର୍ଗ କୃତଜ୍ଞତା ଜ୍ଞାପନ କରିବା ସହିତ ସଂଗଠନ ର ଉପଦେଷ୍ଟା ତଥା ସରପଞ୍ଚ ଦିବାକର ନାଏକ ଭୂୟସୀ ପ୍ରଶଂସା କରିଥିଲେ। “ମଣିଷ ଗୋଟିଏ ଜାତି, ମାନଵିକତା ତାର ଧର୍ମ” ଉକ୍ତି କୁ ସଂଗଠନ ଯଥାର୍ଥ ପ୍ରତିପାଦନ କରିବା ସହିତ “ମୋ ଗାଁ ମୋ ସମ୍ମାନ” ଅଭିଯାନ ର ସଫଳ ପ୍ରୟାସ ଦିଗ ରେ ଆଗାମୀ ଦିନ ରେ ପଞ୍ଚାୟତ ସ୍ତର ରେ ସମସ୍ତ ପ୍ରକାର ର ସହଯୋଗ ରହିଵ ଵୋଲି ନିର୍ଭର ପ୍ରତିଶ୍ରୃତି ପ୍ରଦାନ କରିଥିଲେ
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ।