ଢେଙ୍କାନାଳ: ଜିଲ୍ଲାର ସମସ୍ୟାକୁ ନେଇ ଆପ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୫ଦଫା ଦାବୀପତ୍ର
ପ୍ରଦାନ କରିଛନ୍ତି । ଗରିବ ଲୋକଙ୍କୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାରେ ପ୍ରଥମ କିସ୍ତ ୪୦ ହଜାର ଟଙ୍କା ପରେ ଦ୍ୱିତୀୟ କିସ୍ତି
ପାଇଁ ବିଳମ୍ବ ଯୋଗୁଁ ଲୋକମାନେ ଆଗକୁ ଘର ନକରି ପରିବାର ହଇରାଣ ହେଉଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ କରି ସେମାନଙ୍କୁ
ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉ, ଢେଙ୍କାନାଳ ସହରର ମହାବୀର ବଜାର ଛକ ଠାରୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଁ ରାସ୍ତାଟି ଅତି
ସଂକୀର୍ଣ୍ଣ । ଫଳରେ ଆମ୍ବୁଲାନ୍ସ, ପୁଲିସ୍ ବିଭାଗ ଯାନବାହାନ ତଥା ଅନ୍ୟ ଜରୁରୀ କାଳୀନ ସେବା ପାଇଁ ଲୋକମାନଙ୍କ ଯାତାୟତ ବହୁ
କଷ୍ଟକର ହେଉଛି । ତେଣୁ ଏହାକୁ ତୁରନ୍ତ ପ୍ରଶସ୍ତ କରାଯାଉ । ଏହି ପ୍ରଶସ୍ତିକରଣ କାର୍ଯ୍ୟ ବେଳେ ଜଣେ ବା ଦୁଇଜଣ ମୁଷ୍ଟିମେୟଙ୍କ ଯୋଗୁଁ ହୋଇପାରୁନି । ଯାହାକି ଦୀର୍ଘ ପାଂଚ ବର୍ଷ ହେଲା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସେହିପରି ବାଜିଚୌକ ଛକ ଠାରେ ମଧ୍ୟ ସମାନ ପ୍ରକାର ଅସୁବିଧା । ଛକ ଠାରୁ ରେଳ ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ଅତି ସଂକୀର୍ଣ୍ଣ ଅଛି । କିଛି ମୁଷ୍ଟିମେୟ ଲୋକ ଜବରଦସ୍ତ ଦଖଲକରିଛନ୍ତି । ଏହାକୁ ମଧ୍ୟ ଉଚ୍ଛେଦ କରାଯାଉ ଏବଂ ଦରକାର ହେଲେ ଆବଶ୍ୟକ ଜାଗା ସେମାନଙ୍କ ଠାରୁ କ୍ରୟ କରାଯାଉ । ଜିଲ୍ଲାରଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଅଛି । ଲୋକମାନେ ସ୍ଥାନୀୟ ସରପଂଚ, ବିଡିଓ ତଥା ଅନ୍ୟ ଅଧିକାରୀମାନଙ୍କୁ ଗୁହାରି କଲେମଧ୍ୟ କେହି ଶୁଣୁ ନାହାନ୍ତି । ଫଳରେ ନାନା ପ୍ରକାର ପେଟ ରୋଗର ଶିକାର ହେଉଛନ୍ତି । ସଦର ବ୍ଲକ୍ ନେଉଳପୋଇ ପଂଚାୟତରଚନ୍ଦ୍ରଶେଖରପୁର ହରିଜନ ସାହି, ତାଳବରକୋଟ ପଂଚାୟତର ଖୁଂଟକଟା ସାହି, ହିନ୍ଦୋଳ ବ୍ଲକ୍ ନୂଆବଗ ପଂଚାୟତ, ଗଁଦିଆ ବ୍ଲକ୍ଖଣ୍ଡବନ୍ଧ ପଂଚାୟତର ପୁରୁଣା ଅମାଙ୍ଗ ଇତ୍ୟାଦି । ପ୍ରତ୍ୟେକ ପରିବାରକୁ ପ୍ରତ୍ୟେକ ମାସରେ ଦୁଇଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତକରାଯାଉ । ଟାଟା ପାୱାର ଦ୍ୱାରା ଅଘୋଷିତ ବିଦ୍ୟୁତ୍କାଟ୍ ବନ୍ଦ କରାଯାଉ, ଯେଉଁ ଗରିବ ଲୋକମାନେ ବିଲ୍ ଦେଇପାରୁନାହାଁନ୍ତି ତାଙ୍କଉପରେ କମ୍ପାନୀର ଦବଙ୍ଗଗିରି ବନ୍ଦ ହେଉ, ଅନେକ ଗରିବ ଦଳିତ ବସ୍ତିର ସମସ୍ତ ଲାଇନ୍ କାଟିଦେବା ଇତ୍ୟାଦି ନଜିର ରହିଛି ।ସହରର ଅନେକ ଯାଗାରେ ବିଦ୍ୟୁତ ତାର ତଲେ ଥିବା ଆମ୍ବୁଲାନ୍ସ, ଦମକଳ ଯାନ ତଥା ଅନ୍ୟ ଆବଶ୍ୟକୀୟ ଯାନ ଯାଇପାରୁନାହିଁ ଯଥା
ଜବାହରଚୌକ, ଗାନ୍ଧୀ ମନ୍ଦିର ରୋଡ, ଭାଗିରଥି ବିହାର ସି\’ବ୍ଲକ୍, ନୂଆପୋଖରୀ ରାସ୍ତା, ଲକ୍ଷ୍ମୀବଜାର ଷ୍ଟେଟ୍ ବ୍ୟାଙ୍କ ପଛପାଖ ରାସ୍ତା,
ଜୁବୁଲିଟାଉନ୍, ଦେଉଳସାହି ଇତ୍ୟାଦି । ସେହିପରି ସହରାଂଚଳ ହାଟପାଖ ଦଳିତ ବସ୍ତି, ପରଜଙ୍ଗ ବ୍ଲକ୍ ମାଣିକମରା ପଂଚାୟତ,
ଓଡାପଡା ବ୍ଲକ୍ର ବଳରାମପୁର ପଂଚାୟତରେ ଦଳିତ ବସ୍ତିର ସଂପୂର୍ଣ୍ଣ ଲାଇନ୍ କାଟିଦିଆଯାଇଛି । ଏହି ସମସ୍ତ ଲାଇନ୍ ଗୁଡିକ ତୁରନ୍ତସଂଯୋଗ କରାଯାଉ, ଦରକାର ପଡିଲେ ସରକାର ଗରିବ ଲୋକଙ୍କୁ ଦେୟମୁକ୍ତ କରାଯାଉ ଓ ଉପରୋକ୍ତ ସମସ୍ୟା ଗୁଡିକୁ ତୁରନ୍ତସମାଧାନ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ନୂତନ ଅତିରିକ୍ତ ଜିଲ୍ଲାପାଳ ଲଳିତମୋହନ ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ପଙ୍କଜ କୁମାର ନାୟକଙ୍କ ସହିତ ବିଷ୍ଣୁ ପ୍ରସାଦପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା, ଅଜୟ କୁମାର ସାହୁ, ପ୍ରକାଶ ବିଶ୍ୱାଳ, ମଧୁସୂଦନ ମଲ୍ଲିକ, ଜିତେନ୍ଦ୍ର ବେହେରା, ଚିନ୍ମୟ ସେନାପତି, ପବିତ୍ରବେହେରା, ରୁବି ନାଏକଙ୍କ ସମେତ ଆମ୍ ଆଦ୍ମୀ ପାର୍ଟିର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।
Prev Post