ଢେଙ୍କାନାଳ ଜିଲ୍ଲା ଜଙ୍ଗଲ ଓ ଆଦିବାସୀ ଉର୍ଣ୍ଣୟନ କମିଟିର ସଦସ୍ୟା ହେଲେ ହିନ୍ଦୋଳ ଏନ.ଏ.ସି. ୧୧ନଂ ୱାର୍ଡ କାଉନସିଲର ଶୁଭଲଷ୍ମୀ ଦେହୁରୀ !
ଢ଼େଙ୍କାନାଳ: ହିନ୍ଦୋଳ ଏନ ଏ ସି ୧୧ ନଂ ୱାର୍ଡ ସବୁବେଳେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି!ସେହି ୱାର୍ଡ ର କାଉନସିଲର ଶୁଭଲଷ୍ମୀ ଦେହୁରୀ ଜୁଲାଇ ମାସ ପାଞ୍ଚ ତାରିଖ ଦିନ ଭାରତ ସରକାରଙ୍କର ଜଙ୍ଗଲ ଓ ଆଦିବାସୀ ଉର୍ଣ୍ଣୟନ ବିଭାଗର ଜିଲ୍ଲା ସ୍ତରୀୟ କମିଟିରେ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି । ଗତ ଅଗଷ୍ଟ ଛ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ଶୁଭଲଷ୍ମୀ ଯୋଗ ଦେଇଥିଲେ!ଯାହାଙ୍କ କାର୍ଯ୍ୟଶୈଳୀକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ ।ଶୁଭଲଷ୍ମୀ ଜିଲ୍ଲା କମିଟିକୁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।