ଭୁବନରେ ମାନବାଧିକାର କମିଶନଙ୍କ ତିନି ଜଣିଆ ଟିମ ର ତଦନ୍ତ : ଦଳିତ ବ୍ୟକ୍ତି ଙ୍କୁ ବେଆଇନ ଉଚ୍ଛେଦ ଘଟଣା !

ଢ଼େଙ୍କାନାଳ : ଗତ ଜୁନ ମାସ ୧୨ ତାରିଖରେ ଭୁବନ ଏନ୍ ଏ ସି କାର୍ଯ୍ୟାଳୟ ପଛପଟରେ ଦୀର୍ଘଦିନ ହେଲା ସରକାରୀ ଜାଗା ଜବର ଦଖଲ କରି ରହୁଥିବା ଦଳିତ ସମ୍ପ୍ରଦାୟ ବ୍ୟକ୍ତି ହୃଦାନନ୍ଦ ଗୋଚ୍ଛାୟତ ଙ୍କୁ କୌଣସି ସୂଚନା / ନୋଟିସ ନଦେଇ ଭୁବନ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ଜରିଆରେ ବଳପୂର୍ବକ ଉଚ୍ଛେଦ କରାଯାଇଥିଲା । ଘଟଣା ଦିନ ହୃଦାନନ୍ଦ ଅସୁସ୍ଥ ଥିବା ସତ୍ତ୍ବେ ଏନ୍ ଏ ସି ପ୍ରଶାସନ ଜୋର ଜବର୍ ଦସ୍ତ ତାଙ୍କୁ ବେଦଖଲ କରି ସେହି ଜାଗାରେ ନିଅଁ ଖୋଳି ପାଚେରୀ ତିଆରି କରିଥିଲା । ଅସୁସ୍ଥ ହୃଦାନନ୍ଦ ଙ୍କୁ ପ୍ରଥମେ ଭୁବନ ପରେ ଢେ଼ଙ୍କାନାଳ ରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ବିନା କୌଣସି ନୋଟିସ ରେ ପ୍ରଶାସନ ଆକ୍ରୋଶ ମୂଳକ ଭାବରେ ଜବର ଦଖଲ ଉଚ୍ଛେଦ କରିଥିବା ନେଇ ହୃଦାନନ୍ଦ ରାଜ୍ୟ ମାନବାଧିକାର କମିଶନଙ୍କର ଦ୍ବାରସ୍ଥ ହୋଇଥିଲେ।ତେବେ ମାନବାଧିକାର କମିଶନ ନ୍ୟାୟାଳୟ ଙ୍କର ଆଦେଶ କ୍ରମେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କର ଏକ ୩ ଜଣିଆ ଟିମ୍ ପହଞ୍ଚି ଜବରଦଖଲ ଉଚ୍ଛେଦ ଘଟଣା ର ତଦନ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ହୃଦାନନ୍ଦ ଏହା ପୂର୍ବରୁ ବହୁବାର ଏନ୍ ଏ ସି ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଜାଗା ମିଶନ ରେ ତାଙ୍କୁ ଜାଗା ଓ ଆବାସ ଯୋଜନା ରେ ଘର ଯୋଗାଇ ଦେବାକୁ ନିବେଦନ କରି କରି ହତାଶ ହୋଇ ଏନ୍ ଏ ସି କାର୍ଯ୍ୟାଳୟ ପଛପଟେ ରହୁଥିଲେ ।

Leave A Reply

Your email address will not be published.

19 − 10 =