ଭୁବନ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ: ଓଡ଼ିଶାର ପ୍ରବାଦ ପୁରୁଷ ଶ୍ରଦ୍ଧେୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଭୁବନର ପ୍ରସିଦ୍ଧ ପର୍ଯ୍ୟଟନ ଦେବପିଠ ବାବା ବୁଦ୍ଧେଶ୍ବର ଙ୍କ ପୀଠରେ ପୂଜାବିଧି ଅନୁଯାୟୀ ତିଳତର୍ପଣ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି ।

ଏହି କାର୍ଯ୍ୟକ୍ରମ ରେ ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ଯ କର୍ତ୍ତା ରୁପେ ପୂଜା ସମାପନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଭୁବନ ବିଜୁ ଜନତାଦଳ ସଭାପତି ନନ୍ଦ କିଶୋର ସାହୁ, ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ଏନଏସି ଉପାଧ୍ୟକ୍ଷା ମାନିନୀ ସାହୁ, ପୂର୍ବତନ ଜିଲ୍ଲାପରିଷଦ ମାୟାଧର ପଣ୍ଡା , ଜିଲ୍ଲା ସଂପାଦକ ଅଜୟ କୁମାର ସେଠୀ , କାଉନସିଲର ଓ ସରପଞ୍ଚ ସମେତ ବିଜୁ ଜନତାଦଳ ର ବହୁ ପ୍ରମୁଖ କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

11 − 6 =