ଢ଼େଙ୍କାନାଳ : ସଦର ଗୋଷ୍ଠି ଉନୟନ୍ନ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ସାଧାରଣ ରେ ନିନ୍ଦା କରାଯାଉ ଅଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କ ନାମକୁ ବାଦ ଦେବା ଓ ହିତାଧିକାରୀ ଙ୍କ ନାମକୁ ଯୋଡିବା ରେ ପ୍ରବୀଣ ଅଟନ୍ତି । ପ୍ରକୁତରେ ଯେଉଁ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାପାଇଁ ଯୋଗ୍ୟ ସେମାନଙ୍କୁ ଘର ପାଇବା ରୁ ବଞ୍ଚିତ କରାଯାଇ ଅଛି ଯେଉଁ ମାନ ଙ୍କର ଛାତ ଘର ଅଛି ସେମାନଙ୍କୁ ଘର ଦିଆଯାଉଅଛି ଅଭିଯୋଗ ହୋଇ ଆସୁଛି । ସାଧାରଣ ଗରିବ ପରିବାର ର ଲୋକ ମାନେ ବିଡ଼ିଓ ଙ୍କ ପାଖକୁ ଦୌଡ଼ି ଦୌଡ଼ି ଦରଖାସ୍ତ ଦେଲେ ମଧ୍ୟ ବିଡ଼ିଓ ମହାଶୟ କାହାକଥାକୁ କର୍ଣ୍ଣ ପାତ କରନ୍ତି ନାହିଁ କାରଣ ବାବୁ ଙ୍କର ଚେର ଢେଙ୍କାନାଳ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବି ଅଛି ବୋଲି ସର୍ବସାଧାରଣ ରେ ବେଶଚର୍ଚିତ। ଲୋକ ମାନେ ଯେତେବେଳେ ବ୍ଳକ କାର୍ଯ୍ୟାଳୟକୁ ଅଭିଯୋଗ ନେଇ ଆସନ୍ତି ବିଡ଼ିଓ ବାବୁ ଆଜି ମିଟିଙ୍ଗ ଅଛି ଭିସି ଅଛି କିଛି କାମ ହେଇ ପାରିବ ନାହିଁ କହିଦେଇ ଚାଲି ଯାନ୍ତି । ବିଭିନ୍ନ ପଞ୍ଚାୟତ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନାମ ଅନ୍ତର୍ଭୁକ୍ତ ହୋଇ ଥିବା ବେଳେ ସେମାନଙ୍କ ଵ୍ୟାଙ୍କ ଖାତା କୁ ଅର୍ଥ ରାଶି ଯାଇଥିବା ବେଳେ ସେହି ଆକାଉଣ୍ଟ କୁ ହୋଲଡ ରଖା ଯାଇ ଅଛି ଏଭଳି ହଇରାଣ କରି ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ଏଭଳି ବିଡ଼ିଓ ଙ୍କନାମରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣ ରେ ମୁଖ୍ୟ ଆଲୋଚନା ର ବିଷୟ ପାଲଟି ଅଛି ।