କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପିଏମ କିଷାନ ସମ୍ମିଳନୀ :ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ହସ୍ତାନ୍ତରଣ !

ଢ଼େଙ୍କାନାଳ: ଢେଙ୍କାନାଳ ମହିଷାପାଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ପିଏମ କିଷାନ ସମ୍ମାନ ସମ୍ମେଳନ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ଦେଶ ର ୮.୫ କୋଟି ଚାଷୀ ଙ୍କୁ ହସ୍ତାନ୍ତରଣ କରି ଥିଲେ ଓ ଚାଷୀ ଙ୍କୁ ସଲଫର କୋଟେଡ଼ ୟୁରିଆ ର ବ୍ୟବହାର, କୃଷକ ଉତ୍ପାଦକ ସଂଗଠନ ମାଧ୍ୟମ ରେ କୃଷି ବ୍ୟବସାୟୀକରଣ କରି ଲାଭାନ୍ବିତ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ ।କୃଷି କ୍ଷେତ୍ର ରେ ଅଧିକ ଉନ୍ନତି ଆଣିବା ପାଇଁ ଆନୁସଙ୍ଗିକ କୃଷି ଉପରେ ଧ୍ୟାନ ଦେବା ପାଇଁ ଉଦବୋଧନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି କୃଷି କ୍ଷେତ୍ର ରେ ନାନୋ ୟୁରିଆ ର ବ୍ୟବହାର ଉପରେ ଆଲୋକପାତ କରି ଫସଲ ବିବିଧିକରଣ ଉପରେ ଗୁରୁତ୍ୱାରୋପ କରି ଥିଲେ । ଏହି କେନ୍ଦ୍ରର କ୍ଷେତ୍ର ବୈଜ୍ଞାନିକ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ ଧାନ ଚାଷରେ ସାର ପରିଚାଳନା ଉପରେ ବିବରଣୀ ଦେବା ସହିତ ମାଟି ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ବନ ବିଭାଗର ବୈଜ୍ଞାନିକା ଶ୍ରୀମତୀ ସେଫାଳୀ ରାଉତ କୃଷି ବନୀକରଣ ଓ ଅନ୍ତଃ ଫସଲ ଉପରେ ଗୁରୁତ୍ୱ ଦେଇଥିଲେ । କୃଷି ସମ୍ପ୍ରସାରଣ ବୈଜ୍ଞାନିକା ଡ଼ଃ ରୋଜାଲିନ ମହାନ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ରୋଜଗାର ପନ୍ଥା ଉପରେ ଆଲୋକପାତ କରି ଥିଲେ | ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ ର ବୈଜ୍ଞାନିକ ଡ଼ଃ .ଦିବ୍ୟ ସୁନ୍ଦର କର ପରିଚାଳନା କରି ଥିଲେ ଓ ଉନ୍ନତ କିସମ ର ପନିପରିବା ଚାଷ କରିବା ସହିତ ଫଳ ଓ ପନିପରିବା ରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ଯଥା କ୍ଷେତ୍ରପରିଚାଳକ ଶ୍ରୀମତୀ ସ୍ୱର୍ଣ୍ଣସାରିକା ବେହେରା , ନିହାର ରଞ୍ଜନ ବରାଳ, ବିରଜା ପ୍ରସାଦ ଜେନା, ସୌମ୍ୟାଶ୍ରୀ ସ୍ବାଇଁ ଓ ଅମ୍ଲାନଜ୍ୟୋତି ଖୁଣ୍ଟିଆ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରି ଥିଲେ |

Leave A Reply

Your email address will not be published.

five × five =