ଢେଙ୍କାନାଳ : ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ରୁଙ୍ଗ୍ଟା ମାଇନ୍ସ ଷ୍ଟିଲ୍ ପ୍ଲାଣ୍ଟରେ ମଧ୍ୟାହ୍ନ ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଇଞ୍ଜିନିୟର ଏବଂ ଏକ ଠିକାସଂସ୍ଥାର ମୁଖ୍ୟ ଆହତ ହୋଇ ଥିବା ବେଳେ ମଧ୍ୟାହ୍ନ ଭୋଜନ ସମୟ ଥିବାରୁ ବହୁ ଶ୍ରମିକ ବର୍ତ୍ତିଯାଇଛନ୍ତି। ଅଘଟଣ ପରେ ପ୍ରଶାସନ ଏବଂ ଫ୍ୟାକ୍ଟ୍ରିଆଣ୍ଡ୍ ବଏଲର ବିଭାଗ ପକ୍ଷରୁଏହାର ତଦନ୍ତ ଆରମ୍ଭ ହୋଇଛି। କ୍ଷତଗ୍ରସ୍ତିହୋଇଥିବା ଅଃ ଫର୍ନେସକୁ ବନ୍ଦ କରିଦିଆଯାଇଛି। ସୂଚନା ମୁତାବକ , କାରଖାନାର ଏସଏମ୍ ଏସ୍ ଫେଜ-୍ ୧(ବି) ୪ ନମ୍ବର ଇଣ୍ଡକ୍ସନ ଫର୍ନେସ ଜିଏଲ୍ଡିଟ୍ରିପ୍ହୋଇହଠାତ୍ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଯାନ୍ତ୍ରିକ ତ୍ରୁଟି ନେଇ ଇଞ୍ଜିନିୟରମାନେ ଏହାର ତଦାରଖ କରୁଥିବା ବେଳେଏହି ଅଘଟଣଘଟିଥିଲା। ବିସ୍ଫୋରଣ ପରେ କାରଖାନା କତ୍ତୃପକ୍ଷ ଏବଂ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର ବିଭାଗ ପକ୍ଷରୁ ତଦନ୍ତ ଇରମ୍ଭ ହୋଇଛି। ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ତହସିଲଦାର ସୁଶାନ୍ତ ମିଶ୍ର ପ୍ରମୁଖ ପୋଲିସ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ଲାଣ୍ଟରେ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ଲାଗି କମ୍ପାନୀ କତ୍ତୃପକ୍ଷଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ କମ୍ପାନୀର ମାନବ ସମ୍ବଳ ବିଭାଗ ମୁଖ୍ୟ ଅଜୟ କୁମାର ଦାସ ଏହି ଦୁର୍ଘଟଣାରେ ବିଶେଷ କ୍ଷତିହୋଇନାହିଁ ବୋଲି କହିଛନ୍ତି । ଏହାର କାରଣ ଜାଣିବା ଲାଗି କମ୍ପାନୀର ଇଞ୍ଜିନିୟରମାନେ ଅନୁଧ୍ୟାନ କରୁଛନ୍ତୁି।