‘୫-ଟି’ ସଚିବ ଭି.କେ. ପାଣ୍ଡିଆନଙ୍କ ଦୁଇଦିନିଆ ସମୀକ୍ଷା ପରେ ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲାର ୫୬ କଲେଜ ପାଇଁ ୩୨ କୋଟି୫୦ ଲକ୍ଷ ଏବଂ ୪୨୭ ଧର୍ମାନୁଷ୍ଠାନ ପାଇଁ ୧୭ କୋଟି୫୧ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥିସହ ୬୬ ହାଇସ୍କୁଲ ‘୫-ଟି’ ରୂପାନ୍ତରଣ ପ୍ରକ୍ରିୟାରେ ଅନ୍ତଭୁର୍କ୍ତ ହେବା ଲାଗିସବୁଜ ସଙ୍କେତ ମିଳିଥିବା ଜିଲ୍ଲା କାର୍ଯ୍ୟାଳୟ ଓସୱାନ୍ କକ୍ଷ ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି । ସଦର ବ୍ଲକର ୧୧ କଲେଜକୁ ୬ କୋଟି୫୦ ଲକ୍ଷ, ଗଁଦିଆ ବ୍ଲକର ୭ କଲେଜକୁ୪ କୋଟି, ହିନ୍ଦୋଳ ବ୍ଲକର ୫ କଲେଜକୁ ୩ କୋଟି୫୦ଲକ୍ଷ, ଓଡ଼ାପଡ଼ା ବ୍ଲକର ୭ କଲେଜକୁ ୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଭାବେ କାମାକ୍ଷାନଗର ବ୍ଲକର ୬ କଲେଜ ପାଇଁ୪ କୋଟି୫୦ଲକ୍ଷ, ଭୁବନ ବ୍ଲକର ୮ କଲେଜ ପାଇଁ ୪ କୋଟି୭୫ ଲକ୍ଷ, ପରଜଙ୍ଗ ବ୍ଲକର ୬ କଲେଜ ପାଇଁ ୩ କୋଟି୭୫ ଲକ୍ଷ ଏବଂ କଙ୍କଡ଼ାହାଡ଼ ବ୍ଲକର ୬ କଲେଜ ପାଇଁ୨ କୋଟି୨୫ ଲକ୍ଷ ଟଙ୍କା ଦିଅାଯାଇଛି। ସ୍ୱତନ୍ତ୍ର ଭାବେ ଢେଙ୍କାନାଳ କଲେଜକୁ ଦେଢ଼ କୋଟିଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ଶିକ୍ଷାନଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ କରାଯିବ। ସପ୍ତଶଯ୍ୟା, ଯୋରନ୍ଦା, ନାଧରା ରାମଚଣ୍ଡୀ ପୀଠକୁ ବାଦ୍ ଦେଇ ବିଭିନ୍ନ ଧର୍ମର ୪୨୭ ଅନୁଷ୍ଠାନ ଉନ୍ନତୀକରଣ ଲାଗି ୧୭କୋଟି୫୧ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଢେଙ୍କାନାଳ ପୌରାଞ୍ଚଳର ୨୨ ଧର୍ମାନୁଷ୍ଠାନ କୁ ୮୮ଲକ୍ଷ, ସଦରବ୍ଲକର ୪୧ ଧର୍ମାନୁଷ୍ଠାନ ଉନ୍ନତୀକରଣରେ ୧ କୋଟି୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଜିଲ୍ଲାରେ ମୋଟ ୨୬୬ଟି ହାଇସ୍କୁଲ ମଧ୍ୟରୁ ତିନି ପର୍ଯ୍ୟାୟରେ ୨୦୦ଟି ‘୫-ଟି’ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ୬୬ ହାଇସ୍କୁଲକୁ ଏଥିରେ ଅନ୍ତଭୁର୍କ୍ତ କରାଯିବାକୁ ଯୋଜନା ରଖାଯାଇଛି। ଅନୁଦାନ ଅର୍ଥର ତଦାରଖ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ମାନେ କରିବେ। ୫-ଟି ସଚିବଙ୍କ ଗସ୍ତ ସମୟରେ ମୋଟ ୨,୬୨୦ ଦରଖାସ୍ତ ଗ୍ରହଣ କରାଯାଇଥିଲା । କପିଳାସ ପୀଠ, ଶ୍ରୀ ସିଦ୍ଧ ବଳରାମ ମନ୍ଦିର ଏବଂ ପ୍ରାଚୀନ ଯାଉଁଳିପୋଖରୀ ମଠ ବିକାଶ ଲାଗି ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହିଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ।