ଢ଼େଙ୍କାନାଳ : ‘୫-ଟି’ ସଚିବ ଭି. କେ. ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତକୁ ତୀବ୍ର ବିରୋଧ କରିଛି ଭାଜପା। ଦଳୀୟ କାର୍ଯ୍ୟକର୍ତାମାନେ କଳା ଶାର୍ଟ, ମୁଣ୍ଡରେ କଳା କପଡ଼ା ବାନ୍ଧି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ଏଥିସହ ଗଣେଶ ବଜାର ଗୋପବନ୍ଧୁଟାଉନ ହଲ୍ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ନିର୍ବାଚିତ ଜନପ୍ରତିନିଧି ସାମ୍ବିଧାନିକ ପଦମର୍ଯ୍ୟାଦା ଭୁଲି ଜଣେ ସଚିବଙ୍କ ପାଇଁ ସଭା ଆୟୋଜନ କରିବା , ଲୋକ ଯୋଗାଡ଼ କରିବା , ମଞ୍ଚ ତଳେ ଥାଇ ଭାଷଣ ଶୁଣିବା ଦୁର୍ଭାଗ୍ୟଜନକ। ଏହାକୁ ସ୍ୱାଭିମାନୀ ଢେଙ୍କାନାଳବାସୀ ବରଦାସ୍ତ କରବେି ନାହିଁ ବୋଲିଭାଜପା ନେତୃବୃନ୍ଦ କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସଭାପତିନରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି , ରାମଚନ୍ଦ୍ର ପାତ୍ର, ସୁନୀଲ ଶର୍ମା, ରତିକାନ୍ତ ସାହୁ, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ ,ମହାଦୀପ ଯଶୋବନ୍ତ ମହିମା , ଲକ୍ଷ୍ମୀଧର ଦଳେଇ, ଦେବଦତ୍ତ ପଟ୍ଟନାୟକ, ପଦ୍ମଭୂଷଣ ସାହ, ମଳୟ ସିଂ ପ୍ରମୁଖ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସନ୍ତୋଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।