ଢେଙ୍କାନାଳ : ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି କ୍ଷମତା ପ୍ରାପ୍ତ ତଥା ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବଙ୍କ ଗସ୍ତକୁ ନେଇ ବିରୋଧୀଙ୍କ ବ୍ୟସ୍ତତା, ଧାରଣାର ଧମକ ଓ ଅଣ୍ଡାମାଡ଼ର ବିବୃତି ସମସ୍ତଙ୍କୁ ଆଶ୍ଚାର୍ଯ୍ୟାନ୍ୱିତ କରିଛି । ଯେଉଁ ଆଡ଼େ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅସମାହିତ କାର୍ଯ୍ୟ କରି ମୁଖ୍ୟସ୍ରୋତରେ ସାମିଲ କରିବା ଦେଶର ବିରୋଧୀ ଓ ପ୍ରଦେଶର ବିରୋଧୀଙ୍କ ଛାତିକୁ ଦୋହଲାଇ ଦେଇଛି । ସାଧାରଣ ଜନତାଙ୍କ ଇଚ୍ଛା ତାଙ୍କ ପ୍ରତିନିଧି ସମୟରେ ଅଞ୍ଚଳର କାର୍ଯ୍ୟ ହେଉ, ମାତ୍ର କାର୍ଯ୍ୟ ହେବା ପୂର୍ବରୁ ବିରୋଧୀଙ୍କ ବିରୋଧାଭାଷ ବିକାଶର ପ୍ରକୃତ ସଂଖ୍ୟା ଜାଣି ହେଉନାହିଁ । ତାଙ୍କରି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ ଉଲ୍ଳେଖ କରିଛନ୍ତି ସାଧାରଣ ସମସ୍ୟା ସମାଧାନ ନହେଲେ ତାହା ଅଂଚଳର ବିକାଶ ବୋଲି କୁହାଯିବ ।ତେବେ ତାଳଚେର-ପାଲଲହଡ଼ାର ବିକାଶ ପାଇଁ ୧୯୯୭ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ଥିଲେ ମାତ୍ର ତାଙ୍କ ନେତା କ’ଣ କରିଛନ୍ତି ତାହାର ହିସାବ ଦେଇଥିଲେ ଭଲ ହୋଇଥାନ୍ତା । ତାହା ନକରି ୨୦୦୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଜେଡ଼ି ସରକାର କ’ଣ କରିଛି ତାହା ଜନମାନସରେ ଲିପିବଦ୍ଧ । ହେଲେ ବିଜେପି ନେତା ଏବଂ ପତ୍ରାକାର ସମ୍ମିଳନୀରେ ଉଲ୍ଳେଖ କରିଛନ୍ତି ବିଜେଡ଼ି ବିକାଶର ବାଧକ ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁ ଏକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ୨୦୦୯ ଠାରୁ ଆଜି ପର୍ଯ୍ୟନ୍ତ କ’ଣ ହୋଇଛି ବୋଧହୁଏ ବିଜେପି ନେତାମାନେ କଳାଚଷମା ପିନ୍ଧିଛନ୍ତି । ଫଳରେ ସବୁ କଳା ଓ ଢ଼ିମା ଦେଖାଯାଉଛି । ମନେପକାଇ ଦେବା ପାଇଁ ଚାହେଁ ବିଜେପି ନେତା ଜାଗା ଛାଡ଼ିଲେ ନାହିଁ ବୋଲି ସନ୍ଥପଡ଼ା-ଦାସନାଳୀ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ ବନ୍ଦ ହୋଇଗଲା । ହନୁମାନପୁର-ନାଲମ ରାସ୍ତା ବୋଧହୁଏ ଦେଖି ନାହାନ୍ତି । ହାଟତୋଟା-ଟାଉନ୍ ରାସ୍ତା, ରେମୁଆଁ-ମେଡିକାଲ୍-ଗୋପିନାଥପୁର ରାସ୍ତା ବିଷୟରେ ବିଜେପି ନେତାମାନେ ଯଦି ଦେଖି ନାହାନ୍ତି ତେବେ ବଲଣ୍ଡା-କୁମୁଣ୍ଡା-ହିଙ୍ଗୁଳାପୀଠ ରାସ୍ତା ଦେଖି କଣିହାଁ ଚାଲିଯାଆନ୍ତୁ ସବୁ କିଛି ଜାଣି ପାରିବେ । ପାଲଲହଡ଼ା କଥା କହିଲେ ବିଜେପି ନେତା ଶୋଇ ପଡ଼ିବେ । ସଚିବଙ୍କ ଗସ୍ତରେ ଯଦି ଏତେ ବ୍ୟସ୍ତ ତେବେ ମୁଖ୍ୟମନ୍ତ୍ରୀ ଆସିଲେ ବୋଧହୁଏ ଏମାନେ ଧରାଶାୟୀ ହୋଇଯିବେ ବୋଲି ଶ୍ରୀ ସାହୁ କହିଛନ୍ତି । ବିକାଶରମାନେ ବିରୋଧୀ ବୁଝି ପାରୁନାହାନ୍ତି । ତାଙ୍କ ନେତା ପ୍ରଧାନମନ୍ତ୍ରୀ ପାର୍ଲାମେଣଂଟରେ ଦେଇଥିବା ବକ୍ତବ୍ୟ ଯଦି ପ୍ରକୃତରେ ଶୁଣିବେ ଜାଣିପାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଦେଶର ଏକ ଅନୁଷ୍ଠାନ ବୋଲି ଶ୍ରୀ ସ୍ପଷ୍ଟ କରିଛନ୍ତି । ବିଜେପି ନେତାଙ୍କ ଶସ୍ତା ବିବୃତି ତାଙ୍କ ଦଳ ଓ କର୍ମୀଙ୍କୁ ଉତ୍ସାହିତ ପରିବର୍ତେ ନିରୁତ୍ସାହିତ ଓ ଦୁର୍ବଳ କରିଛି ଯାହାର ପରିଣାମ ୨୦୨୪ରେ ଭୋଗିବାକୁ ପଡ଼ିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।