ଢେଙ୍କାନାଳ : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଅଦ୍ୟ ସଦର ବ୍ଲକ୍ ଅନ୍ତର୍ଗତ କଙ୍କଡାହାଡ ପଞ୍ଚୟତର ସାରିଅଁ ଗ୍ରାମର ମା’ତାରିଣୀ ମନ୍ଦିର ପରିସରରେ ନାରୀନେତ୍ରୀ ତଥା ସମାଜସେବୀ ତିଳୋତମା ଚୌଧୁରୀଙ୍କ ନେତୃତ୍ୱରେ ଢେଙ୍କାନାଳ ଲେଡିଜ୍ ଆସୋସିଏସନ୍ର ମହିଳାମାନଙ୍କ ଦ୍ୱାରା ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବୃକ୍ଷ ଯଥା ଆମ୍ବ, ଜାମ୍ବୁ, ଗମ୍ଭାରୀ, ବଉଳ, କୃଷ୍ଣଚୁଡା, ନିମ୍ବ, ଫାଶୀ ଇତ୍ୟାଦି ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଭାରତୀ ରଥ, ଆନନ୍ଦିତା ମିଶ୍ର, ସକିନା ନାଥ, ବନ୍ଦନା ବାରିକ, ସୁମିତ୍ରା ସ୍ୱାଇଁ, ସସ୍ମିତା ସରକାର, ସ୍ନିଗ୍ଧା ସ୍ୱାଇଁ ଓ ଆସୋସିଏସନ୍ର ବହୁ ସଦସ୍ୟାମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ “ବୃକ୍ଷ ହିଁ ଜୀବନ’, “ବୃକ୍ଷ ବିନା ଜୀବଜଗତ ବଂଚିବା ଅସମ୍ଭବ’, “ବୃକ୍ଷ ଗୋଟିଏ ଜୀବନ ଗୋଟିଏ’ “ଆସନ୍ତୁ ଶପଥ ନେବା ଗୋଟିଏ ବୃକ୍ଷ ଲଗାଇବା’ ଇତ୍ୟାଦି ଶ୍ଲୋଗାନ୍ ଦେଇ ଲୋକମାନଙ୍କୁ ବୃକ୍ଷ ଲଗାଇବା ପାଇଁ ସଚେତନ କରାଇଥିଲେ ।