ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିର ବନମହୋତ୍ସବ ପାଳନ !


ଢେଙ୍କାନାଳ (ଏମ୍‌.ଏନ୍‌.ଏସ୍‌) : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିର ରେ ବନମହୋତ୍ସବ ପାଳନ ହୋଇଯାଇଅଛି । ଏହି ବନମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ସହିତ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ମଲ୍ଲିକ, ସଂପାଦକ ତଥା କ୍ଷୁଦ୍ରଶିଳ୍ପର ସତ୍ୱାଧିକାରୀ ରମେଶ ଚନ୍ଦ୍ର ରାଉତ, ସରକାରୀ ଅବସରପ୍ରାପ୍ତ ଜିଲ୍ଲା ପାଠାଗାର କର୍ମଚାରୀ ସର୍ବେଶ୍ୱର ମଲ୍ଲିକ, ବିଦ୍ୟୁତ୍ ପରିଷଦର ସଂପାଦକ ପ୍ରଦୀପ କୁମାର ମଲ୍ଲିକ, ପ୍ରଧାନ ଆଚାର୍ଯ୍ୟ ପ୍ରଭାତ ମିଶ୍ରଙ୍କ ସମେତ ସମସ୍ତ ଗୁରୁଜୀ ଗୁରମାଙ୍କ ସହିତ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ରାଜ୍ୟ ସରକାରଙ୍କ ପ୍ରାଧିକରଣ ଅନୁସାରେ ପ୍ରତିବର୍ଷ ବନସୁରକ୍ଷା ସପ୍ତାହ ଜୁଲାଇ ୧ ରୁ ୭ ତାରିଖ ବନମହୋତ୍ସବ ରୂପେ ପାଳିତ ହୋଇଆସୁଅଛି । ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ “ଗଛଟିଏ ଜୀବନ ଟିଏ’ ଉପାଦେୟକୁ ଆଧାର କରି ଅନେକ ଦିଗ୍‌ଦର୍ଶନ ଓ ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂପାଦକ ସମସ୍ତଙ୍କୁ ଶପଥପାଠ କରାଇ ପ୍ରତ୍ୟେକ ଜନ୍ମ ଦିନରେ ଗଛ ଲଗାଇବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ତତ୍‌ପରେ ବିଦ୍ୟାଳୟ ପରିସର ଭିତରେ ଔଷଧିୟ ବୃକ୍ଷ ଅଁଳା, ଜାମ୍ବୁ, ବାହାଡା, ନିମ୍ବ ଇତ୍ୟାଦି ଗଛ ଲଗାଇବା ପରେ ଗ୍ରାମ ଶୋଭାଯାତ୍ରାରେ ଶ୍ଲୋଗାନ୍ ଓ ବ୍ୟନାର ସହିତ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତା ଦେଇ ଉଦ୍‌ଯାପିତ କରାଯାଇଥିଲା ।

Leave A Reply

Your email address will not be published.

two × 1 =