ଉଦଯାପିତ ହେଲା ସମର ଫେଷ୍ଟ ୨୦୨୩ : ସ୍ମୃତି କୁଇନ୍ ହେଲେ ଦେବସ୍ମିତା !

ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ପାଳନ ହୋଇଛି ସ୍ମୃତି ସୋସିଓ ଆଣ୍ଡ କଲଚୁରାଲ ଅନୁଷ୍ଠାନର ବାର୍ଷିକ ଉତ୍ସବ ବା ସମର ଫେଷ୍ଟ ୨୦୨୩। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବାବୁଚାନ୍ଦ ମହାଲିକ୍ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ କଳା ସଂସ୍କୃତି ସଙ୍ଘର ଉପସଭାପତି ଅବନୀ ମିଶ୍ର ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜାଭିୟର ମଣ୍ଟେଶ୍ୱରୀ ସ୍କୁଲର ଅଧକ୍ଷ ସୁଶାନ୍ତ କୁମାର ପ୍ରିୟଦର୍ଶି ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ଲୋକନାଥ ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଚିତ୍ରଶିଳ୍ପୀ ରାମନାଥ ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ଅନୁଷ୍ଠାନର ବାର୍ଷିକ ସ୍ମରଣୀକା ସ୍ମୃତି ଉର୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଚିତ୍ରାଙ୍କନ, ଝୋଟି, ମେହେନ୍ଦୀ, ନୃତ୍ୟ, ଦଳଗତ ନୃତ୍ୟ, ସେଲ୍ଫି ପ୍ରତିଯୋଗିତା ହୋଇଥିବା ବେଳେ ସାନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ସ୍ମୃତି କୁଇନ୍ ୨୦୨୩ । ଏହି ପ୍ରତିଯୋଗିତାରେ ୧୦ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଦେବସ୍ମିତା ପିନ୍ଧିଥିଲେ ସ୍ମୃତି କୁଇନ୍ ର ବିଜୟ ମକୁଟ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମହାନ୍ତି ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ବ୍ରଜ ମହାନ୍ତି, ମମତା ମହନ୍ତ, ମାନସୀ, ଗାୟତ୍ରୀ, ଓ ସ୍ମୃତି ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen + eleven =