ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ, ଦିଲ୍ଲୀ ପବ୍ଲିକ ସ୍କୁଲ ରନର୍ସ-ଅପ୍ !
ଢେଙ୍କାନାଳ ସହରର ବନମାଳୀପ୍ରସାଦ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଗତ ୨୨ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୪ ଜିଲ୍ଲା ଶିକ୍ଷା ବିଭାଗ, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହୋଇଥିଲା ଉଦଜାପନୀ ଉତ୍ସବ ଅବସରରେ ଅତିଥି ଭାବରେ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ, ସ୍କୁଲର ପ୍ରିନ୍ସିପାଲ ବିଜୟ ସାହୁ, ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ସ୍ୱର୍ଣ୍ଣ, ରୋପ୍ୟ ଏବଂ କାଂସ୍ୟ ପଦକ ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ୧୭ଟି ବିଦ୍ୟାଳୟର ୨୨୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶେଷରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦିଲ୍ଲୀ ପବ୍ଲିକ ସ୍କୁଲକୁ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସବୁଠାରୁ ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଣ୍ଟ ଜାଭିୟର୍ସ ହାଇ ସ୍କୁଲକୁ ବିଜେତା ଘୋଷଣା କରାଯାଇ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଦୁଇ ଦିନର ପ୍ରତିଯୋଗିତାରେ ପରିଚାଳକ ଭାବେ ୪ର୍ଥ ଡାନ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ବ୍ଲାକ ବେଲ୍ଟ ଇନ୍ଦ୍ରଜିତ ସାହୁ, ପ୍ରତାପ ନାଏକ, ଲୋପାମୁଦ୍ରା ସାହୁ, ତୃପ୍ତିମୟୀ ରଣା, ସୋହମ ସାହୁ, ଆଦିତ୍ୟ ଘୋଷ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କମିଟି ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ଗୁରୁଦେବଜି ଗୁରୁକୁଳର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସଫଳ ଆୟୋଜନ ପାଇଁ ସ୍କୁଲର ରାଜା ଦୀପକରଞ୍ଜନ ମ୍ୟାନେଜିଙ୍ଗ କମିଟି, ଆମେଚର ତାଇକୋଣ୍ଡୋ ଆସୋସିଏସନ, ସମସ୍ତ କୋଚ ଓ ପରିଚାଳକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।