ଢେଙ୍କାନାଳ : ରେଙ୍ଗାଳି ଦକ୍ଷିଣ କେନାଲ ବିଭାଜନ ନଂ-୨ ଦ୍ୱାରା ଆୟୋଜିତ “ବିଭାଗ ସ୍ତରୀୟପାଣିପଂଚାୟତ ପକ୍ଷ ପାଳନ” ମହିଷାପାଟ ସ୍ଥିତ ରେଙ୍ଗାଳି ଅତିଥି ଭାବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ପାତ୍ର, ରେଙ୍ଗାଳି ଦକ୍ଷିଣ କେନାଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ, ଅଧିକ୍ଷଣଯନ୍ତ୍ରୀ ଇଂ. ଏନ୍. ସନ୍ତୋଷ କୁମାର ଚୌଧୁରୀ,ଉପ-ବିଭାଗ ଅଧିକାରୀ ଇଂ. ଟଙ୍କଧର ବେହେରା ପ୍ରମୁଖଯୋଗଦେଇଥିଲେ । ପ୍ରଥମେ ପାଣି ପଂଚାୟତ ଉପରେ ଏକ ପାଲା ପରିବେଷଣ କରି ସଚେତନ କରାଇଥିଲେ । ଏହିଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରଚନାରେ ମଣିଦେବୀଉଚ୍ଚ ବିଦ୍ୟାଳୟର ଛାତ୍ର ଦିଗ୍ବିଜୟ ସିଂ ପ୍ରଥମ ଓ ସୁଶିଲ୍ ନାୟକ ଦ୍ୱିତୀୟ, ଓଡାପଡା ସରକାରୀ ଉଚ୍ଚ ବିଦ୍ୟାଳୟରଛାତ୍ରୀ ସିପ୍ରା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡ୍ରଇଁ ପ୍ରତିଯୋଗିତାରେ ମଣିଦେବୀ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ସୂର୍ଯ୍ୟନାରାୟଣ ଓଝା, ବଳରାମପ୍ରସାଦ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଧରିତ୍ରୀବେହେରା ଓ ଓଡାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲୋ ସେହିପରି କୁଇଜ୍ରେ ମଣିଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଶିଲ୍ ବେହେରା ଓ ପାର୍ଥ ସାରଥୀ ସିଂଦ୍ୱିତୀୟ, ଓଡାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଓଡିଆବକ୍ତୃତା ପ୍ରତିଯୋଗିତାର ମଣିଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ପାର୍ଥ ସାରଥୀ ସିଂ ପ୍ରଥମ, ଓଡାପଡା ସରକାରୀଉଚ୍ଚ ବିଦ୍ୟାଳୟର ଓମ୍ ସ୍ୱୟଂସିଦ୍ଧା କର ଦ୍ୱିତୀୟ ଓ ସୂର୍ଯ୍ୟକାନ୍ତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।