ସଡକ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ !

ଢେଙ୍କାନାଳ : ପୂର୍ବାହ୍ନ ରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଠାରୁ ସଡକ ସୁରକ୍ଷା ସଚେତନ ତା ରଥ ପରିକ୍ରମା ର ଶୁଭାରମ୍ଭ ହୋଇଅଛି । ସଡକ ପରିବହନ ପ୍ରାଧିକରଣ ଓ ପୋଲିସ୍ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଚେତନ ତା ରଥ କୁ ଜିଲ୍ଲା ପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଢେଙ୍କାନାଳ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ବୁଲି ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ମଦ୍ୟ ପାନ କରି ବେପରୂଆ ଗାଡ଼ି ଚାଳନା ଠାରୁ ନିବୃତ ରହି ଧନ ଜୀବନ ରକ୍ଷା ନିମନ୍ତେ ସଚେତନ କରାଇବ । ଏହି ସଚେତନତା ରଥ ଆସନ୍ତା ଜାନୁୟାରୀ ମାସ ୭ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ପର୍ଯ୍ୟଟକ ମାନକୁ ଡାକ ବାଜି ଯନ୍ତ୍ର ଦ୍ବାରା ଏବଂ ଲିଫ୍ଲେଟ ମାଧ୍ୟମରେ ସଚେତନ କରାଇବ । ଏହି ସଚେତନତା ରଥ ଶୁଭାରମ୍ଭ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ମୋଟର ଯାନ ନିରୀକ୍ଷକ ଦେବାଶିଷ ସ୍ୱାଇଁ ରେଡକ୍ରସ ଶାଖା ର ଭାଇସ୍ ପ୍ରେସିଡେଣ୍ଟ ବିରଞ୍ଚି ନାରାୟଣ ପାଣି ସଡକ ସୁରକ୍ଷା କମିଟିର ସଦସ୍ୟ ପ୍ରଦ୍ୟୁମ୍ନ ରଥ ରତନ କୁମାର ନାୟାର ଏବଂ ବିଭାଗୀୟ ଅଧିକାରୀ ମାନେ ଉକ୍ତ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଥିଲେ ।

Leave A Reply

Your email address will not be published.

twenty − twelve =