ଜିଲ୍ଲାସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୪” ଉଦଯାପିତ !

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗତ ଅଗଷ୍ଟ ମାସ ୨୫ ତାରିଖରୁ ପ୍ରତିଷ୍ଠା ଦିବସ ସହ ବିଭିନ୍ନ ବ୍ଲକରେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳମହୋତ୍ସବ ୨୦୨୪ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସମସ୍ତ ମନୋନୀତ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ତଥା ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଢେଙ୍କାନାଳ ସହରର ପୁରୁଣା ଜିଲ୍ଲାପରିଷଦ ହଲ ପରିସରରେ ଜିଲ୍ଲା ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ୮ ଟି ବ୍ଲକର ପ୍ରତିଯୋଗୀଙ୍କୁ ନେଇ୧୯ ଓ ୨୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ପ୍ରବନ୍ଧ,ବକ୍ତୃତା, ସଙ୍ଗୀତ, ନୃତ୍ୟ, ଅଭିନୟ, ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ସ୍କୁଲ, କଲେଜରପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦଯାପନ ଉତ୍ସବରେ ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଯୋଗ ଦେଇ ଏହି ଭଳି ସାଂସ୍କୃତିକ ମହୋତ୍ସବକୁପ୍ରଶଂସା କରିଥିଲେ, ସମ୍ମାନିତ ଅତିଥି ଭାବରେ ପୌର ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସମାଜସେବୀ ସୋମେନ୍ଦ୍ର ପଟ୍ଟନାୟକପ୍ରମୁଖ ଉପସ୍ଥ ିତରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନେ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ଚ୍ୟାନେଲକୁଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ । ବାର୍ଷିକ ପତ୍ରିକା ମୋ ପ୍ରତିଭା ମୋପରିଚୟକୁ ଲୋକାର୍ପିତ କରିବା ସହ ବିଭିନ୍ନ ଦିଗରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯଥା- ସେବାକ୍ଷେତ୍ରରେ ରାଜ କିଶୋର ବେହେରା, ସଂଗଠନ କ୍ଷେତ୍ରରେ ବିଭୁତି ପଟ୍ଟନାୟକ, ସଙ୍ଗୀତ ପାଇଁ ଗଣେଶ ମିଶ୍ର, ନୃତ୍ୟ ପାଇଁ ଅର୍ପିତା ମିଶ୍ର, ନାଟ୍ୟ ପାଇଁବିଜୟ ମିଶ୍ର, ଚିତ୍ରକଳା ପାଇଁ ବିଜୟ ସ୍ୱାଇଁ, ଫିଲ୍ମି ଏଡିଟିଙ୍ଗ୍ ପାଇଁ ପ୍ରଜ୍ଞା ପ୍ରିୟଦର୍ଶନ, ମଡେଲିଙ୍ଗ୍ କ୍ଷେତ୍ରରେ ଅଙ୍କିତା ପରିଡା, ସତ୍ୟପ୍ରଭା ମହାନ୍ତି ଓଆକାଂକ୍ଷା ପ୍ରିଦର୍ଶିନୀ ଓ ଶ୍ରେଷ୍ଠ ଇଂରାଜୀ ବିଦ୍ୟାଳୟ ପାଇଁ ଡିଏଭି ସ୍କୁଲ୍‌କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତକରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନରଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ । ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର ଶତ୍ରୁଘନମାଟି, ବିଜୟ କୁମାର ମିଶ୍ର, ମମତା ମହନ୍ତ, ଅର୍ପିତା ମିଶ୍ର, ସ୍ୱପ୍ନା ମୁଦୁଲି, ଲିଟୁ ଦେହୁରୀ, ପ୍ରୀତିସ୍ୱରୂପା ଦାଶ, ଆୟୁଶି ମିଶ୍ର, ଇନ୍ଦ୍ରଜିତ ସାହୁ, ପ୍ରତାପନାୟକ, ସୌଭାଗ୍ୟ ବରାଳ, ବିଶାଳ ଦାଶ, କାହ୍ନାଜି ମହାରଣା, ସରଗମ ସାହୁ, ସତ୍ୟଜିତ ଦଳେଇ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହି ସହଯୋଗକରିଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦନ ନାୟକ ମଂଚ ପରିଚାଳନା କରିଥିବା ବେଳେ ଦୀପ୍ତିବାଳା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven + fourteen =