ହିନ୍ଦୋଳ ଗସ୍ତ କରି ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ସମୀକ୍ଷା କଲେ ରାଜ୍ୟ ସଭ୍ୟ ସଂଗ୍ରହ ଆବାହକ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସଭ୍ୟ ସଂଗ୍ରହ ଅଭିଯାନର ଏକ ସମୀକ୍ଷା ବୈଠକ ସତମାଇଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ପୂର୍ବତନ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ସମୀକ୍ଷା ବୈଠକରେ ସମ୍ନାନିତ ଅତିଥି ଭାବରେ ସଭ୍ୟ ସଂଗ୍ରହ ଅଭିଯାନର ରାଜ୍ୟ ଆବାହକ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ପ୍ରବାସୀ ଓଡ଼ିଆ ସଂଯୋଜକ ସୁରେନ୍ଦ୍ର ମହାପାତ୍ର,ହିନ୍ଦୋଳ ପର୍ଯ୍ୟବେକ୍ଷକ ରାଜ୍ୟ ସମ୍ପାଦକ ଦୀପେନ ସାମଲ , ରାଜ୍ୟ ଯୁବ ବିଜେଡି ସଂମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ , ଜିଲ୍ଲା ଯୁବ ବିଜେଡି ସଭାପତି କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା , ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବଚନ୍ଦ୍ର ପ୍ରଧାନ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଜିଲ୍ଲାପରିଷଦ ସଭ୍ୟା ମମତlଞ୍ଜଳି ବେହେରା,ଜିଲ୍ଲା ଯୁବ ବିଜେଡି ସଂମ୍ପାଦକ ପ୍ରଶାନ୍ତ ଦାସ, ବିଜେଡି ସୂଚନା ସଂଯୋଜକ ଶ୍ରୀକାନ୍ତ ମହାପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ସରପଞ୍ଚ ଯତି ନାୟକ,ବରିଷ୍ଠ ବିଜେଡି କର୍ମୀ ପ୍ରଦୀପ_ଭଞ୍ଜ ,ସିପୁ ଦାସ ,ପ୍ରେମାନନ୍ଦ(ଟୁଟୁ) ପଟ୍ଟନାୟକ,ବିଜୟ ବେହେରା, ଚିନ୍ମୟ ଦାସ, ରମେଶ ସାହୁ, କୈଳାଶ ବେହେରା,ସୁବ୍ରତ ମହାପାତ୍ର, ବାବୁ ଭଞ୍ଜ ଙ୍କ ସହ ବହୁ କାର୍ଯ୍ୟକର୍ତ୍ତା କର୍ମୀ ଯୋଗଦେଇ ଥିଲେ । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଓ ବିଜେଡି ପର୍ଯ୍ୟବେକ୍ଷକ ସଭ୍ୟ ସଂଗ୍ରହ କିପରି ବ୍ୟାପକ ଓ ସହଜ ହେବ ତାହା ଉପରେ ବ୍ୟାପକ ପରାମର୍ଶ ଦେବାସହ ମହେଶ ସାହୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସମେତ ସାରା ଓଡ଼ିଶାରେ ଏକମାତ୍ର ଜନପ୍ରିୟ ନେତା ଯାହାଙ୍କର ଦୃଢ଼ ନେତୃତ୍ୱ, ସାଙ୍ଗଠନିକ ଦକ୍ଷତା ଥିବାସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହ ରହିଛନ୍ତି ବୋଲି କହିଥିଲେ ଏବଂ ଦଳର ପ୍ରତିଷ୍ଠା ଦିବସକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ସର୍ବଶେଷରେ ମହେଶ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ମଧ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।