ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ : ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ୨୯ ତାରିଖରେ ରକ୍ତଦାନ ଶିବିର !

ଢେଙ୍କାନାଳ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏପରିକି, ଦୁର୍ଘଟଣାରେ ଆହାତ ରୋଗୀ, ପ୍ରସୂତୀ ମହିଳା, ଏବଂ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରୁଥିବା ସିକିଲ୍‌ସେଲ୍ ରୋଗୀ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଚଳିତ ମଇ ମାସ ୨୯ ତାରିଖ ସୋମବାର, ସକାଳ ୮ ଘଂଟା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ହୋଟେଲ୍ ଆର୍‌.କେ. ରେଜେନ୍ସି ସମ୍ମିଳନୀ କକ୍ଷରେ କେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ । ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟି ରକ୍ତ ସଂଗୃହୀତ ହେବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଅପରାହ୍ନ ୫ ଘଟିକା ସମୟରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସଭାଗୃହରେ ସଭାପତି ରାଜେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସଫଳ କରିବା ନିମନ୍ତେ ସମସ୍ତ ବ୍ୟବସାୟୀ ବନ୍ଧୁ, ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀ, ସ୍ୱେଚ୍ଛାକୃତ ରକ୍ତଦାତା, ସଂଗଠକ, ରକ୍ତଦାତା ଓ ଅନୁପ୍ରେରକ ସଂଘର କର୍ମକର୍ତା, ବିଭିନ୍ନ ସାମାଜିକ ସଂଗଠନମାନଙ୍କର ସହଯୋଗ କାମନା କରାଯାଇଥିଲା । ଉପସଭାପତି ରୋଟାରିଆନ୍ ରାଜକିଶୋର ବେହେରା, ମହେଶ ଅଗ୍ରୱାଲ, ଶିବ ପ୍ରସାଦ ପଣ୍ଡା, ନିରଦାନନ୍ଦ ନନ୍ଦ, ସଂପାଦକ ଲୋକନାଥ ମହାପାତ୍ର, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦେବତା ଓ କାର୍ଯ୍ୟକାରିଣୀ କମିଟି ସଦସ୍ୟ ପ୍ରଣବାନନ୍ଦ ଦାସ, ଗୋବିନ୍ଦ ସେନାପତି, ଟିଙ୍କୁ ଅଗ୍ରୱାଲ ଓ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 1 =